ମନ୍ତ୍ରୀ ଙ୍କ ଦ୍ଵାରା ଖାଉଟି କାର୍ଡ ବଣ୍ଟନ, ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ପ୍ରାୟ ୨୦୦୦ ରୁ ଅଧିକ ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ,ବିଧବା ଭତ୍ତା , ଖାଉଟି କାର୍ଡ ବଣ୍ଟନ ! ଜଗନ୍ନାଥପ୍ରସାଦ ବ୍ଲକ ର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ , N.P ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ ପରିସର ରେ ସାମାଜିକ ଦୂରତା ରକ୍ଷାକରି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ ଓ ବିଧବା ଏବଂ ବାର୍ଦ୍ଧକ୍ୟ,ଦିବ୍ୟାଙ୍ଗ ମାନଙ୍କୁ ସାଇକେଲ ଭତ୍ତା ବଣ୍ଟନ କରିଛନ୍ତି।ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ବ୍ଲକ୍ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା, ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ସାମାଜ ସେବୀ ଶୂଳପାଣି ଶତପଥୀ ,ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ,ସମିତିସଭ୍ୟ ଯୋଗଦେଇ ମନ୍ତ୍ରୀ ମୋହଦୟଙ୍କୁ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ