ଡୁଡୁନ ଫାଉଣ୍ଡେସନ ପକ୍ଷରୁ ହୋଲିପର୍ବ ପାଳିତ

ଭୁବନେଶ୍ୱର : ଡୁଡୁନ ଫାଉଣ୍ଡେସନ ପକ୍ଷରୁ ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ରଙ୍ଗସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଅତିଥି ଭାବେ ବରିଷ୍ଠ ରାଜନେତା ତଥା କବି ଶଙ୍କର୍ଷଣ ପରିଡା, କବି ଅଜୟ ସ୍ୱାଇଁ, ସାହିତ୍ୟିକ ପ୍ରକାଶ ମହାପାତ୍ର, ଓଡିଶା କିନ୍ନର ମହାସଂଘର ସଭାପତି ମୀରା ପରିଡା, ମାନବାଧିକାର କମିଶନର ଭଦ୍ରକର ସଭାପତି ରାଜଲକ୍ଷ୍ମୀ ମହାପାତ୍ର, ସମାଜସେବୀ ଇଲା ସ୍ୱାଇଁ, ଦିସାର ସଭାପତି ଜ୍ୟୋତ୍ସ୍ନମୟୀ ପାତ୍ର, ‘ପକ୍ଷୀ ଘର’ର ସଂପାଦକ ବନୋଜ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ପ୍ରେମ ଓ ରଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ସଭାକୁ ସର୍ବାଣୀ ଦାସ ସଂଯୋଜନା କରିଥିବା ବେଳେ ଫାଉଣ୍ଡେସନର ଅଧ୍ୟକ୍ଷା ବନ୍ଦନା ହରିଚନ୍ଦନ, ବିକାଶ ରଂଜନ ରାଉତ, ପ୍ରତାପ ମହାପାତ୍ର, ଜ୍ୟୋତି ପ୍ରକାଶ ସ୍ୱାଇଁ, ପ୍ରଦୀପ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବିଶିଷ୍ଟ କବିମାନେ ଯୋଗଦେଇ କବିତା ପାଠ କରିଥିଲେ । ଏହି ଅବସରରେ ଆସନ୍ତା ବର୍ଷ ରଙ୍ଗରାସ ସମ୍ମାନ ଉତ୍ସବ ମହାସମାରୋହରେ ଆୟୋଜିତ ହେବ ବୋଲି ସଭାରେ ସ୍ଥିର ହୋଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ହରିଚନ୍ଦନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ