ସି.ଓ.ଆର ନପାଇ ଓଡ଼ିଶାର ୨୫୦୩ଟି ଘରୋଇ ବିଦ୍ୟାଳୟର ଭବିଷ୍ୟତ ଅନ୍ଧକାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ପ୍ରାଇଭେଟ ସ୍କୁଲ ବିକାଶ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ନାଗଭୂଷଣ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ପରିଷଦର ସଭାପତି ଯୁକ୍ତ ଉମାକାନ୍ତ ସ୍ୱାଇଁ ଓଡ଼ିଶାରେ ୨୫୦୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଏପର୍ଯ୍ୟନ୍ତ ସମାନ ପରିସ୍ଥିତିରେ ଥାଇ ମଧ୍ୟ ସି.ଓ.ଆର ପାଇପାରି ନାହାଁନ୍ତି ବୋଲି ଦାବି କରିଥିଲେ । ଫଳସ୍ୱରୂପ ଉକ୍ତ ବିଦ୍ୟାଳୟଗୁଡ଼ିକ ସରକାରଙ୍କର ଆରଟିଇ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ କରିବାରୁ ବଞ୍ôଚତ ରହିବା ସହିତ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ କୋମଳମତି ଶିଶୁମାନେ ସରକାରୀ ମେଧାବୃତ୍ତି, ନବୋଦୟ ବିଦ୍ୟାଳୟ ତଥା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କୃତିତ୍ୱ ଅର୍ଜନ ପାଇ ମଧ୍ୟ ନାମ ପଞ୍ଜିକୃତ କରିପାରୁ ନାହାଁନ୍ତି । କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ଖୁଣ୍ଟିଆ ପ୍ରତିବର୍ଷ ପରି ଚଳିତବର୍ଷ ପୁନର୍ବାର ପୋଟାଲ ଖୋଲାଯାଇ ସିଓଆର ପାଇନଥିବା ବିଦ୍ୟାଳୟଗୁଡ଼ିକର ତୃଟି ସଂଶୋଧନ ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରାଯାଉଅଛି । ଶେଷରେ ପରିଷଦର ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ପରିଡ଼ା ସିଓଆର ନ ପାଇବା ଫଳରେ ଅନେକ ଯୋଗ୍ୟ ବିଦ୍ୟାଳୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଫଳସ୍ୱରୂପ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା ତଥା ସ୍ୱଳ୍ପ ଦକ୍ଷିଣାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଶା ଆଶଙ୍କାରେ ଗତି କରୁଛନ୍ତି ବୋଲି ପରିଡ଼ା ମତବ୍ୟକ୍ତ କରିଥିଲେ । ଏହା ସରକାରଙ୍କର ଶିକ୍ଷା ବିଭାଗ ପକ୍ଷରୁ କରୋନା ସମୟରେ ଯେଉଁସବୁ ଘରୋଇ ବିଦ୍ୟାଳୟଗୁଡ଼ିକ ଛୋଟ ଛୋଟ ସର୍ତ୍ତ ପୂରଣ କରିପାରି ନାହାଁନ୍ତି ସେମାନଙ୍କୁ ସର୍ତ୍ତମୂଳକ ସିଓଆର ପ୍ରଦାନ କରିବା ପାଇଁ ପରିଷଦର ଉପଦେଷ୍ଟା ତଥା ଏଆଇସିସିଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ଓ ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠି ଦାବୀ କରିଛନ୍ତି । ସରକାର ଯଦି ଏହି ଦାବୀଗୁଡ଼ିକ ତୁରନ୍ତ ସମାଧାନ ନକରନ୍ତି, ତେବେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ