ଚେକ୍ ବୁକରେ ଛପାଯାଇଥିବା ନମ୍ବର

ବ୍ୟାଙ୍କରେ ଆକାଉଣ୍ଟରେ ଥାଇ ମଧ୍ୟ ଅଧିକାଂଶ ଲୋକେ ଚେକ ବୁକ୍ ବିଷୟରେ ଅଧିକ ଜାଣି ନଥାନ୍ତି । କିଛି ଲୋକ କାହା ପାଇଁ ଚେକ୍ ଇସ୍ୟୁକରନ୍ତି ତ କାହାକୁ ଚେକ୍ ମିଳିଥାଏ । ଏଥିପାଇଁ ଚେକ୍ ଉପରେ ଲେଖାଯାଇଥିବା ସୂଚନା ବିଷୟରେ ଜାଣିବା ଜରୁରୀ । କାରଣ ଚେକ୍‌ରେ ଆମାଉଣ୍ଟ, ସାଇନ୍‌, ନାଁ ବ୍ୟତୀତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ରହିଥାଏ । ଗୋଟେ ଚେକ୍ ବ୍ୟାଙ୍କ ଆକାଉଣ୍ଟର ସବୁ ଡିଟେଲ୍ସ ବା ସମସ୍ତ ତଥ୍ୟ ସାମ୍ନାକୁ ଆଣିପାରେ ।
ଚେକ୍ ନମ୍ବର : ଚେକ୍ ନମ୍ବର ୬ଟି ସଂଖ୍ୟାର ଥାଏ । କୌଣସି ରେକର୍ଡ ପାଇଁ ପ୍ରଥମେ ଚେକ୍ ନମ୍ବର ଦେଖାଯାଏ । କାହା ନାଁରେ ଚେକ୍ ଦେବା ପାଇଁ ହେଲେ ଚେକ ନମ୍ବର ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଏମ୍‌ଆଇସିଆର୍ କୋଡ୍ : ଏହାର ଅର୍ଥ ହେଉଛି ମ୍ୟାଗ୍ନେଟିକ୍ ଇଙ୍କ କେରେକ୍ଟର ରେକଗ୍ନିସନ୍ । ଏହି କୋଡ ଦ୍ୱାରା ବ୍ୟାଙ୍କର ସବୁ ଜରୁରୀ ସୂଚନା ଜାଣିହେବ । ଏହି ନମ୍ବର ବ୍ୟାଙ୍କକୁ ଅନ୍ୟ ବ୍ରାଞ୍ଚ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରେ ।
ସିଟି କୋଡ୍ : ଏମ୍‌ଆଇସିଆର୍ କୋଡ୍ ପୂର୍ବରୁ ପ୍ରଥମେ ୩ଟି ସଂଖ୍ୟାର ସିଟି କୋଡ୍ ଦେଇଥାଏ । ଏହି ନମ୍ବର ଦେଖିଲେ ଜଣାପଡ଼ିବ ଯେ କେଉଁ ସହରରୁ ଚେକ୍ ଆସିଛି ।
ବ୍ୟାଙ୍କ କୋଡ୍ : ବ୍ୟାଙ୍କ କୋଡ୍ ୟୁନିକ କୋଡ ହୋଇଥାଏ । ଏଥିପାଇଁ ବ୍ୟାଙ୍କ କୋଡ୍ ବିଷୟରେ ଜାଣିବା ଜରୁରୀ ହୋଇଥାଏ ।
ବ୍ରାଞ୍ଚ କୋଡ୍ : ଏମ୍‌ଆଇସିଆର୍ କୋଡ୍‌ର ଶେଷ ୩ଟି ସଂଖ୍ୟା ବ୍ରାଞ୍ଚ କୋଡ୍‌ରେ ହୋଇଥାଏ । ପ୍ରତି ବ୍ୟାଙ୍କରେ ଅଲଗା ଅଲଗା ବ୍ରାଞ୍ଚ କୋଡ୍ ଥାଏ । ବ୍ରାଞ୍ଚ କୋଡ ଜାଣିବା ଜରୁରୀ । କାରଣ ପ୍ରତି ଟ୍ରାଞ୍ଜାକ୍ସନରେ ଏହା ବ୍ୟବହାର ହୋଇଥାଏ ।
ବ୍ୟାଙ୍କ ଆକାଉଣ୍ଟ ନମ୍ବର : ବ୍ୟାଙ୍କ ଆକାଉଣ୍ଟ ନମ୍ବର ଚେକ ବୁକରେ ଥାଏ । ପୁରୁଣା ଚେକ୍‌ବୁକ୍‌ଗୁଡିକରେ ଏହା ରହୁନଥିଲା । ହେଲେ ଏବେ ଆକାଉଣ୍ଟ ନମ୍ବର ସବୁଠି ରହୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ