ସୁନ୍ଦରୀଙ୍କ ଇଲାକା
ବର୍ତ୍ତମାନ ସମୟରେ ପ୍ରତ୍ୟେକ ଯୁବତୀ ଓ ମହିଳା ନିଜକୁ ସୁନ୍ଦର ରଖିବା ପାଇଁ ଚେଷ୍ଟା କରିଥାନ୍ତି । ବୟସ ବଢ଼ିଲା ପରେ ବହୁ ଚେଷ୍ଟା କରିବା ସତ୍ତେ୍ୱ ନିଜର ସୌନ୍ଦର୍ଯ୍ୟ ବଜାଇ ରଖିବା କଷ୍ଟ କଷ୍ଟକର ହୋଇ ପଡ଼ିଥାଏ । ଏମିତି ଏକ ସ୍ଥାନ ରହିଛି ଯେଉଁଠି ମହିଳା ୮୦ ବର୍ଷରେ ବି ୩୦-୪୦ ବର୍ଷର ମହିଳାଙ୍କ ଭଳି ଦେଖାଯାଆନ୍ତି । ଦୁନିଆରେ ଏହି ସ୍ଥାନରେ ସବୁଠାରୁ ସୁନ୍ଦରୀ ମହିଳା ଓ ଯୁବତୀ ରହିଛନ୍ତି । ଅନ୍ୟ କେଉଁ ଦେଶ ନୁହେଁ ଭାରତର ପଡୋଶୀ ଦେଶ ପାକିସ୍ତାନର ହୁଞ୍ଜା ସମ୍ପ୍ରଦାୟ ନାରୀମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହୁଞ୍ଜା ସମ୍ପ୍ରଦାୟର ୮୦ ବର୍ଷ ବୟସ୍କା ମହିଳା ବୃଦ୍ଧା ହୁଅନ୍ତି ନାହିଁ । ଏଥିସହ ୯୦ ବର୍ଷ ବୟସ୍କ ପୁରୁଷ ବାପା ହୋଇପାରିବେ । ଉତ୍ତର ପାକିସ୍ତାନର କରାକୋରମ୍ ପାହାଡ଼ି ଅଞ୍ଚଳରେ ହୁଞ୍ଜା ସମ୍ପ୍ରଦାୟ ଲୋକ ରହନ୍ତି । ଏହି ସମ୍ପ୍ରଦାୟର ଲୋକମାନଙ୍କ ଆୟୁଷ ହାରାହାରି ବୟସ ୧୨୦ ବର୍ଷ ହୋଇଥାଏ ବୋଲି କୁହାଯାଏ । ଏହି ସମ୍ପ୍ରଦାୟ ଲୋକଙ୍କୁ ବୁରୁଶୋ ବି କୁହାଯାଏ । ଏମାନେ ବୁରୁଶାସ୍କୀ ଭାଷାରେ କର୍ତ୍ତାବାର୍ତ୍ତା ହୋଇଥାନ୍ତି । ଏମାନଙ୍କୁ ମହାନ ସିକନ୍ଦରଙ୍କ ବଂଶଧର ବୋଲି କୁହାଯାଏ । ପାକିସ୍ତାନର ଅନ୍ୟ ସମୁଦାୟ ଲୋକଙ୍କ ତୁଳନାରେ ହୁଞ୍ଜା ସମ୍ପ୍ରଦାୟ ଲୋକ ଅତି ଶିକ୍ଷିତ ହୋଇଥାନ୍ତି । ପାକିସ୍ତାନର ପର୍ଯ୍ୟଟନ ସ୍ଥଳି ମଧ୍ୟ ହୁଞ୍ଜା ଘାଟି ଅନ୍ୟତମ । ପ୍ରତିଦିନ ହୁଞ୍ଜା ଘାଟିକୁ ଦେଶବିଦେଶରୁ ହଜାର ହଜାର ଲୋକ ବୁଲିବାକୁ ଆସିଥାନ୍ତି । ହୁଞ୍ଜା ସମ୍ପ୍ରଦାୟ ଲୋକଙ୍କ ସମ୍ପର୍କରେ କିଛି ବହି ଲେଖାହୋଇଛି । ଦ ହେଲ୍ଦି ହୁଞ୍ଜାଜ ଓ ଦ ଲାଷ୍ଟ କିଙ୍ଗଡମ୍ ଅଫ୍ ଦ ହିମାଳୟଜ୍ ଭଳି ପୁସ୍ତକ ଲେଖାହୋଇଛି । ମାନସିକ ସ୍ତରରେ ହୁଞ୍ଜା ସମ୍ପ୍ରଦାୟ ଲୋକ ଅତି ଶକ୍ତିଶାଳୀ ହୋଇଥାନ୍ତି । ପ୍ରତିଦିନ ସକାଳ ୫ଟାରୁ ଉଠି ଏମାନେ ନିଜର କାର୍ଯ୍ୟ ଆରମ୍ଭ କରିଥାନ୍ତି । ଗାଡ଼ି ଅପେକ୍ଷା ଏଠାରେ ଲୋକମାନେ ପାଦରେ ଚାଲିବାକୁ ପସନ୍ଦ କରନ୍ତି ।


