ତିହାର ଜେଲ୍ ଗଲେ ସୋନିଆ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ପାର୍ଟିର ମୁଖ୍ୟ ସମସ୍ୟା ନିରାକରଣକାରୀ ଡିକେ ଶିବକୁମାରଙ୍କୁ ଭେଟିବାକୁ ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତିହାର ଜେଲରେ ପହଞ୍ଚିଥିଲେ । ଶିବକୁମାର ୫୦ ଦିନ ତଳେ ଆର୍ଥିକ ଦୁର୍ନୀତି ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଗିରଫ ହୋଇଥିଲେ । ଦଳର ସାଧାରଣ ସଚିବ ଦାୟିତ୍ୱରେ ଥିବା କେସି ବେଣୁଗୋପାଳ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହ ସେଠାକୁ ଯାଇଥିଲେ । ଆଇଏନ୍‌ଏକ୍ସ୍ ମିଡିଆ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କୁ ମଧ୍ୟ ଗାନ୍ଧୀ ତିହାର ଜେଲରେ ଭେଟିଥିଲେ । ଦୁଇ ବରିଷ୍ଠ ରାଜନେତାଙ୍କ ପଛରେ ଦଳର ଦୃଢ଼ ସମର୍ଥନ ରହିଛି ବୋଲି ଦର୍ଶାଇବାକୁ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଜେଲ୍ ପରିଦର୍ଶନରେ ଯାଇଥିଲେ । ଆଇନ ଉଲ୍ଲଂଘନ କରିଛନ୍ତି ନୁହେଁ, ରାଜନୈତିକ ଆକ୍ରୋଶ କାରଣରୁ ଉଭୟଙ୍କୁ ସିବିଆଇ ଦ୍ୱାରା ଗିରଫ କରାଯାଇଛି ବୋଲି ସେ କହିଛନ୍ତି । ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି: ଏହି ନେତାମାନଙ୍କୁ ଭେଟିବାକୁ ଯିବା ହେଉଛି ଗୋଟାଏ ବାର୍ତ୍ତା ଯେ ଏ ଭଳି ମାମଲାରେ ଜେଲ୍ ଯାଇଥିବା ନେତାମାନଙ୍କୁ ପାର୍ଟି ଦୃଢ଼ ସମର୍ଥନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ