ହିିଞ୍ଜିଳିକାଟୁରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ନବୀନ ସରକାରର ଜନକଲ୍ୟାଣ ଯୋଜନା ଘରେ ଘରେ ପଂହଚାଇବା ସହ ନୂତନ ସଭ୍ୟ ପଂଜିକରଣ ଅଭିଯାନକୁ ବ୍ୟାପକ କରିବା ସହ ବିଜୁ ଜନତା ଦଳର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରାତନଙ୍କ ସହିତ ଦଳର ନୂତନ ସଦସ୍ୟ ଭାବରେ ଯୋଗଦେବା ପାଇଁ ଯୁବକ, ଛାତ୍ର ଓ ମହିଳା ମାନଙ୍କୁ ଉତ୍ସାହିତ କରିବା ଉଦ୍ଦ୍ୟେଶରେ ବୁଧବାର ହିଂଜିଳିକାଟୁ ପୌରାଂଚଳରେ ନଗର ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଳ ଓ ସରକାରଙ୍କ ନୀତି, ଆଦର୍ଶ, ସଫଳତା ଏବଂ ଓଡ଼ିଶାର ପ୍ରଗତି ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ, ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ୱଛ ଏବଂ କ୍ରିୟାଶୀଳ କରାଇବା ପାଇଁ ଉଦ୍ଧିଷ୍ଟ ୫ଟି ଓ ମୋ ସରକାର ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏଭଳି ବହୁ ଜନହିତକର ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର କହିଛନ୍ତି ।ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ବହୁ ବିଜେଡ଼ି କର୍ମୀ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପୁର୍ତବିଭାଗ ଡ଼ାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଯୁଧିଷ୍ଟିର ସ୍ୱାଇଁ, ମାନସ ରଂଜନ ବେହେରା, ରାମଚନ୍ଦ୍ର ମହାପାତ୍ର, ଶୈଳେନ୍ଦ୍ର ଚୌଧୁରୀ, ଅରକ୍ଷିତ ବାଡ଼ତ୍ୟା, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି, କାହ୍ନୁ ଚେଯଧୁରୀ, କିରଣ ପଟ୍ଟନାୟକ, ତପନ ସାହୁ, ଜଟି ମହାରଣା, ବସନ୍ତ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ