୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅଧ୍ୟକ୍ଷ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୈାଡଙ୍କ ତତ୍ୱାବଧାନରେ ଆଜି ୪୫ ରୁ ଉର୍ଦ୍ଧ୍ୱ ବୟସ୍କ ମାନଙ୍କୁ ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ସହ ୬୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟ ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି । ଅପ୍ରେଲ ମାସ ର ପ୍ରଥମ ଦିନ ସରକାରୀ ଛୁଟି । ତେଣୁ ଅଧିକ ମାତ୍ରାରେ ଲୋକେ ଟିକା ନେବାକୁ ଛତ୍ରପୁର ଚିକିତ୍ସାଳୟକୁ ଆସିଥିଲେ । ଯାହା ଫଳରେ ଟିକା ପ୍ରଦାନ କରୁଥିବା କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ସମସ୍ତ ବର୍ଗର ସମୁଦାୟ ୨୨୪ଜଣଙ୍କୁ ଆଜି ଟୀକା ପ୍ରଦାନ କରାଯାଇଛି । ସେହିପରି ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୋବା, ବଡମାଧପୁର, ଜି ଏନ ପାଲମ, ଚିକଲଖଣ୍ଡି, ନରେନ୍ଦ୍ରପୁର, ଲକ୍ଷ୍ମୀପୁର, ସୁନ୍ଦରପୁର ଓ ଦୁଆନପଲ୍ଲୀ ଭଳି ୮ ଗୋଟି ଅଧିବେସନରେ ଯୋଜନା ମୁତାବକ ମେଡିକାଲ ଅଫିସର ଡା ଜ୍ଞାନେନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟିକାକରଣ କରାଯାଉଛି ବୋଲି ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରି ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଓଡିଶାର ଭୌଗଳିକ ସ୍ଥିତିକୁ ନେଇ


