ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

(ଯୁଗାବ୍ଦ ନ୍ୟୁଜ): ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ସମସ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ମଞ୍ଜୁରି ମିଳିଛି । ଏହି ଦର ୨୦୨୦-୨୧ରେ ବିକ୍ରୟ ହେବାକୁ ଥିବା ସମସ୍ତ ରବି ଫସଲ ପାଇଁ ଲାଗୁ ହେବ । ଲାଭ ଏବଂ ପ୍ରମୁଖ ପ୍ରଭାବ ରବି ବିପଣନ ଋତୁ ୨୦୨୦-୨୧ ଲାଗି ଚିହ୍ନଟ ହୋଇଥିବା ରବି ଫସଲର ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏହା ଜରିଆରେ ସରକାର ଉତ୍ପାଦନର ହାରାହାରି ବ୍ୟୟର ପାଖାପାଖି ଦେଢ଼ ଗୁଣ ପର‌୍ୟ୍ୟନ୍ତ ମୂଲ୍ୟ ପ୍ରଦାନ କରିବା ଲାଗି ପ୍ରୟାସ କରିଛନ୍ତି । ସରକାର ଏ ସମ୍ପର୍କରେ ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଘୋଷଣା କରିଥିଲେ । ଏମଏସପି ନୀତି ମାଧ୍ୟମରେ କୃଷକମାନଙ୍କୁ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ପ୍ରଦାନ କରିବା ଏବଂ ୨୦୨୨ ସୁଦ୍ଧା ସେମାନଙ୍କ ଆୟ ଦ୍ୱିଗୁଣିତ କରି ସେମାନଙ୍କ ଜୀବନଧାରଣରେ ସୁଧାର ଆଣିବା ଦିଗରେ ସରକାର ପ୍ରଗତିଶୀଳ ପଦକ୍ଷେପ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ