ବିଦ୍ୟୁତ ଦରବୃଦ୍ଧି ବିରୋଧରେ ନୀରବ ପ୍ରତିବାଦ କରିବାକୁ : କଂଗ୍ରେସର ଅନୁରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ବିଦ୍ୟୁତ୍ ନିୟମାକ ଆୟୋଗ ବିଦ୍ୟୁତ କମ୍ପାନୀମାନଙ୍କ ପାଖରେ ଯେପରି ମୁଣ୍ଡ ବିକି ଦେଇଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଜି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଉଦ୍‌ବେଗ ପ୍ରତି ନିୟାମକ ଆୟୋଗ ଧ୍ୟାନ ନଦେବା ଅତ୍ୟନ୍ତ ଲଜ୍ଜାର ବିଷୟ । ସବୁଠାରୁ ପରିତାପର ବିଷୟ ରାଜ୍ୟ ଶାସନରେ ଥିବା ସରକାର ଉପଭୋକ୍ତାଙ୍କ ଦାବୀ ପ୍ରତି ଆଖି ବୁଜି ଦେଇଛନ୍ତି । ଆଗକୁ ପିପିଲିରେ ଉପନିର୍ବାଚନ ଥିବାରୁ ସାଧାରଣ ଜନତାଙ୍କୁ ଲଲିପପ୍ ଦେଖାଇ ଦେଉଛନ୍ତି । ବିଜୁଳ ଦର ବୃଦ୍ଧିରେ କଂଗ୍ରେସ ଦଳ ନୀରବ ପ୍ରତିବାଦର ଆହ୍ୱାନ ଦେଇଛି । ଆସନ୍ତା କାଲି ୪ ତାରିଖ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ପ୍ରତିବାଦ ସ୍ୱରୂପ ନିଜର ବିଦ୍ୟୁତ ଉପକରଣ ତଥା ଲାଇଟ, ଫ୍ୟାନ ସନ୍ଧ୍ୟା ୬.୩୦ରୁ ୭ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିବେଦନ କରିଛନ୍ତି । ଏହି ପ୍ରତିବାଦରେ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ସାମିଲ୍ ହେବାକୁ ବରିଷ୍ଠ କଂଗ୍ରେସ ନେତା ଡଃ ଜ୍ଞାନେନ୍ଦ୍ର ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ