ଭୁବନେଶ୍ୱର, (ୱାଇଏନ୍ଏସ୍): ଲାଂଚ ନେଉଥିବା ଅଭିଯୋଗରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ସ୍ପଟରେ ଧରିଛି । ତାଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରିଛି । ତହସିଲଦାରଙ୍କ ଗାଡ଼ି ଭିତରୁ ୧ଲକ୍ଷ ୭ହଜାର ଟଙ୍କା ଜବତ କରାଯାଇଛି ବୋଲି କଟକ ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ଜଣାପଡ଼ିଛି ।