ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ ମାମଲା ; ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌):ଦିଗପହଣ୍ଡି ପୋଲିସ ବୁଧବାର ଚୁଡୁଙ୍ଗପୁର ଗ୍ରାମ ବଡ଼ସାହି ର ପି. ଦେବେନ୍ଦ୍ର ଦୋରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୭୯/୨୧ ଦଫା – ୩୨୩/୪୫୨/୫୦୬ ଆଇ ପି ସି ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଶନିବାର ସକାଳ ପ୍ରାୟ ସାଢେ ୬ ଟା ରେ ଅଭିଯୁକ୍ତ ଜଣକ ତାଙ୍କ ସମ୍ପର୍କୀୟ ଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ।ପ୍ରତିବାଦ କରିବାରୁ ସେ ଘରେ ରହୁଥିବା ଜଣେ ମହିଳା ଙ୍କୁ ଅସଦାଚରଣ କରିବା ସହ ନିସ୍ତୁକମାଡ଼ ମାରିବାକୁ ପଛାଇ ନଥିଲେ। ଗ୍ରାମର ସାହି ପଡୋଶୀ ଆହତ ମହିଳାଙ୍କୁ ଉଦ୍ଧାର କରିବା ସମୟରେ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଜଣକ ଟେକା ପଥର ମାଡ କରିଥିଲେ। ଏଥିରେ ପଞ୍ଚାୟତ ସମିତି ସଭ୍ୟ ପି. ମାଧବ ରାଓ ମଧ୍ୟ ଆହାତ ହୋଇଥିଲେ। ଏପରିକି ତାଙ୍କ ସ୍କୁଟି ବାଇକ୍ କୁ ମଧ୍ୟ ଅଭିଯୁକ୍ତ ଜଣକ ଭଙ୍ଗାରୁଜା କରିଥିଲେ। ଆହାତ ମହିଳା ଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାପରେ ଆଇ ଆଇ ସି ବସନ୍ତ କୁମାର ସେଠୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଗିରଫ ଭୟରେ ଘଟଣା ଦିନଠାରୁ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ଥିଲେ। ସେ ଗାଁ କୁ ଫେରିଥିବା ଖବର ପାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ