ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁର୍ଦ୍ଦଶା

ଥୁଆମୂଳ ରାମପୁର (‌ୱାଇଏନ୍‌ଏସ୍‌):ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳ ବାସୀଙ୍କ ଦୁର୍ଦ୍ଦଶାର ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି।କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନାଞ୍ଚଳ ପୋଡାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭିତରଡୁଙ୍ଗା ଗାଁର ଅଭି ମାଝୀଙ୍କ ସ୍ତ୍ରୀ ୩୦ ବର୍ଷୀୟା ଗୁରୁବାରୀ ମାଝୀ ନାମକ ଗର୍ଭବତୀ ମହିଳାଙ୍କୁ ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ସ୍ଥାନୀୟ ଆଶାକର୍ମୀ ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ବୋଟ ଅମ୍ବୁଲାନ୍ସଟି ତେନ୍ତୁଳିପଦର ଘାଟ ନିକଟରେ ପହଞ୍ଚିଥିଲା କିନ୍ତୁ ତେନ୍ତୁଳିପଦର ଘାଟ ପର୍ଯ୍ୟନ୍ତ ଆସିବା ପାଇଁ ପ୍ରାୟ ଦୁଇ କିଲୋମିଟର ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣଓସାରିଆ ରାସ୍ତା ଦେଇ ଗର୍ଭାବତୀଙ୍କୁ ଖଟିଆରେ ପ୍ରାୟ ଦୁଇ କିଲୋମିଟର ବୋହି ଆଣିବା ପରେ ବୋଟ ଅମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ପୋଡାଗଡ ଘାଟକୁ ଅଣାଯିବାପରେ ଘାଟ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ବର୍ତମାନ ଗର୍ଭବତୀ ମହିଳା ଜଣକ ତେନ୍ତୁଳିଖୁଣ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।ଏଯାଏଁ ମହିଳାଙ୍କ ପ୍ରସବ ହୋଇନଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ