ଜେଲ ବିଭାଗ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ୱର, (ୱାଇଏନ୍ଏସ୍): କରୋନା ନେଇ ଜେଲ ବିଭାଗ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଜେଲ ସୁପରିଟେଣ୍ଡଣ୍ଟମାନଙ୍କୁ ଗାଇଡଲାଇନ ପଠାଇଛନ୍ତି ଜେଲ୍ ଡିଜି । କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହେଲେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ଗାଇଡଲାଇନରେ ରହିଛି । କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ । ପଜିଟିଭଙ୍କୁ ସିସିସି ଏବଂ ଗୁରୁତରଙ୍କୁ କୋଭିଡ କେୟାର ହସ୍ପିଟାଲ ପଠାଯିବ । କୌଣସି କୋଭିଡ ଆକ୍ରାନ୍ତଙ୍କୁ ଦେଲ ପରିସରରେ ରଖାଯିବ ନାହିଁ । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଗକୁ ସ୍ଥିତି କଣ ହେବ କିଛି କହିହେବନି । ଏଥିପାଇଁ ସରକାର ଦରକାର ପଡିଲେ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରିପାରନ୍ତି । ଦେଶରେ କରୋନା କହର ପୁଣି ମାଡିବାରେ ଲାଗିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହା ଅଧିକ ମାତ୍ରାରେ ବ୍ୟାପୁଛି ।


