ସୁରାଟରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଦଣ୍ଡନାଚ

ବୁଗୁଡା (ଅନିଲ ମହାରଣା): ସୁରତ ମହାନଗରରେ ଓଡ଼ିଶାର ପାରମ୍ପରିକ ଦଣ୍ଡନାଚ ଦେଖିବାକୁ ମିଳିଛି। ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ମା’ କାଳୀଙ୍କ ମନ୍ଦିର ନିର୍ମାଣ ସହ ଓଡ଼ିଶାର ମହାନ ପାରମ୍ପରିକ ଦଣ୍ଡନାଚ ଅନୁଷ୍ଠିତ ହୋଇଛି। ପ୍ରବାସୀ ଓଡ଼ିଆ ସମାଜ ଆନୁକୂଲ୍ୟରେ ଠିକ୍ ଓଡ଼ିଶାରେ ଅନୁଷ୍ଠିତ ଦଣ୍ଡନାଚ ରୀତିନୀତି ପ୍ରକାରେ ସେଠାରେ ମଧ୍ୟ ଦଣ୍ଡନାଚ ଅନୁଷ୍ଠିତ ହେଉଅଛି। ସୁରତର ବେଡ଼ ରୋଡ଼ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ପରାମର୍ଶ କ୍ରମେ ଅଞ୍ଚଳର ସଙ୍ଗଠକ ପ୍ରଦୀପ ସାହୁ,ମଦନ ସ୍ଵାଇଁ, କ୍ରିଷ୍ଣା ପାତ୍ର, ମନୋରଞ୍ଜନ ବାରିକ(ମୁନା ଭାଇ), ଓ ନାରାୟଣ ସାହୁ ପ୍ରଭୃତିଙ୍କ ଉଦ୍ୟମରେ ଓଡ଼ିଆ ପାରମ୍ପରିକ ଦଣ୍ଡନାଚ ଗୁଜରାଟର ସୁରାଟ ମହାନଗରରେ ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ