ଝଙ୍କଡ଼ ଶାରଳାଙ୍କ ମଧୁପାର୍ବଣ ପୂଜାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ତିର୍ତ୍ତୋଲ (ଅଭିଷେକ ତ୍ରିପାଠୀ )ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତିପୀଠ ଵାଣିକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କ ର ଚୈତ୍ର ମଧୁ ପାର୍ବଣ (ବାସନ୍ତୀ ପୂଜା )ପାଳନ ନିମନ୍ତେ ଗତ ଶନିବାର ସଂଧ୍ୟାରେ ଶାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପରିଜା ଙ୍କ ଅଧକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି |ଆଜ ଠାରୁ ଦୀର୍ଘନବ ଦିନ ବ୍ୟାପି ମଧୁପାର୍ବଣ ପୂଜା ଉପଲକ୍ଷେ ପ୍ରତେହ ପ୍ରାତଃ ୫ଟାରେ ପହୁଡ଼ ଫିଟା ନୀତି ସମ୍ପନ ହେବ ପରେ, ମହାସ୍ଥାନ୍ନ ପଞ୍ଚାମୃତ ମାର୍ଜନା ଅଭିନବ ବେଶରେ ମା ଙ୍କୁ ସଜ୍ଜିତ କରିବା ପରେ ମହାପ୍ରସାଦ ସମର୍ପଣ ଦୈନିକ ପାଞ୍ଜି ପାଠ, ସମୂହ ଚଣ୍ଡୀ ପାଠ, ପ୍ରଥମ ପ୍ରହର ଧୂପ, ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା, ସନ୍ଧ୍ୟା ଆରତୀ, ବିଶ୍ୱାଶାନ୍ତି ଯଜ୍ଞ ରେ ଆହୁତି ପ୍ରଦାନ ଆଦି ସମସ୍ତ ରିତିକାନ୍ତି,ବୈଦିକ ବିଧି ବିଧାନରେ ଅନୁଷ୍ଠିତ ହେବା ନିମନ୍ତେ ସର୍ବସମତି କ୍ରମେ ନିଷ୍ପତି ଗୃହୀତ ହୋଇଥିଲା ଏହି ପ୍ରସ୍ତୁତି ବୈଠକରେ ମା ଙ୍କ ବଡ଼ପଣ୍ଡା ଙ୍କ ସମେତ ସମସ୍ତ ବରିଷ୍ଠ ସେବାୟତ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ତେବେ ଆସନ୍ତା୧୪ତାରିଖରେ ମହାବିଷୁବ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ହେବକି ନାହିଁ ସେ ସମ୍ପର୍କରେ କୌଣସି ଆଲୋଚନା କରାଯାଇନଥିଲା ଆଜି ଜଗତସିଂହପୁର ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ର ସଭାପତି ସଂଗ୍ରାମ କେଶରୀ ମହାପାତ୍ର ନିଜସ୍ୱ ସରକାରୀ କାର୍ଯ୍ୟାଳୟ ରେ ସେବାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା ପରେ ତୁରନ୍ତ ନିଷ୍ପତି ନିଆ ଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


