ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, ( ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ପଞ୍ଚାୟତ ହରିଶପୁର ଗ୍ରାମର ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପରିସରରେ ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରକୁ ସଫେଇ କରାଯାଇଥିଲା ଓ ସ୍ୱଚ୍ଛ ପରିବେଶ ରଖିବା ପାଇଁ ସଚେତନତା କରାଯାଇଥିଲା | ସେହିପରି ଘୋଡ଼େଶ୍ୱର ମହାଦେବ ମନ୍ଦିର ପରିସର , ଓଡ଼ପଏଙ୍ଗା ସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲ ପରିସରକୁ ସଫେଇ କରିବା ସହିତ ସଚେତନତା ବାର୍ତ୍ତା ବଣ୍ଟା ଯାଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ସୁବାଷ ଚନ୍ଦ୍ର ରାଉତ ଓ ସରପଞ୍ଚ ନିହାର ରଞ୍ଜନ ରଞ୍ଜନ ବସ୍ତିଆ ଏମବିକେ ବିଜୟଲକ୍ଷ୍ମୀ ମହାନ୍ତି, ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ ।


