ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ବୁଗୁଡ଼ା (ଅନିଲ କୁମାର): ମାତ୍ର ୧୨ ଦିନ ପୂର୍ବେ ଦାଦନ ଖଟିବାକୁ ଯାଇଥିବା ବୁଗୁଡ଼ା ନିକଟସ୍ଥ ଜଗତ ପାଟଣା ଗ୍ରାମର ବିଷ୍ଣୁ ଗୌଡ଼ ଓରଫ ମିଟୁ(୪୦) ଙ୍କ ମର ଶରୀର ମଧ୍ୟପ୍ରଦେଶ ଭୋପାଳ ନିକଟର ବିଣା ରେଳ ଷ୍ଟେସନ ନିକଟରେ ସେଠାକାର ପୋଲିସ ଠାବ କରିବା ସହ ମିଟୁଙ୍କ ବଡ ଭାଇଙ୍କୁ ଫୋନ କରିଥିବା ଜଣାପଡିଛି। ୧୨ ଦିନ ପୂର୍ବେ ଦାଦନ ଖଟିବା ପାଇଁ ବିଜୟ ଓଝାଡା ଯାଉଛି ବୋଲି ମିଟୁ ଘରେ କହି ଯାଇଥିଲେ। ମିଟୁ ସହିତ ଏହି ଅଞ୍ଚଳର ଅନ୍ୟ ତିନି ଚାରି ଜଣ ମଧ୍ୟ ସାଙ୍ଗ ହୋଇ ଦଲାଲ ଜରିଆରେ ଯାଇଥିଲେ ବୋଲି କହିଛନ୍ତି ମିଟୁଙ୍କ ବଡ଼ ଭାଇ ନାରାୟଣ ଗୌଡ଼ ପ୍ରକାଶ କରିଛନ୍ତି। ମିଟୁ ଘରୁ ଯିବାର ୧୨ ଦିନ ପରେ ଅର୍ଥାତ୍ ଗତକାଲି ମଧ୍ୟପ୍ରଦେଶର ଭୋପାଳ ନିକଟ ବୀଣା ଜଙ୍କସନ୍ ରେ ତାଙ୍କ ଶବ ମିଳିଥିବା ସେଠିକା ପୋଲିସ ବୁଢାକୁ ଫୋନ୍ ଯୋଗେ ଜଣାଇଥିଲେ। ମିଟୁଙ୍କ ମୃତ୍ୟୁ କିପରି ହେଲା ସେଠିକା ବୀଣା ଜଙ୍କସନ୍ ପୋଲିସ ପ୍ରକାଶ କରିନଥିବା ବେଳେ ମିଟୁଙ୍କ ଶବ ହସ୍ତାନ୍ତର ପାଇଁ ବଡ ଭାଇ ନାରାୟଣଙ୍କୁ ଡାକିଥିଲେ ମଧ୍ୟ ଆର୍ଥିକ ଅବସ୍ଥା ଦୃଷ୍ଟିରୁ ଆମେ କେହି ସେଠାକୁ ଯିବା ଅବସ୍ଥାରେ ନାହୁଁ ବୋଲି ସେଠାର ପୋଲିସକୁ କହିଥିଲେ । ଜଣେ ଦଲାଲ ‌ଦ୍ୱାରା ମିଟୁ ବିଜୟ ଓଝାଡା ରେ ଦାଦନ ଖଟିବାକୁ ଯାଇଥିଲେ ତେବେ ତାଙ୍କ ଶବ ବୀଣା ଜଙ୍କସନ୍ ରୁ ଉଦ୍ଧାର ହୋଇଥିବାରୁ ମିଟୁ ହତ୍ୟା ଷଡ଼ଯନ୍ତ୍ରର ଶିକାର ହୋଇଥିବା ବଡଭାଇ ନାରାୟଣ ଅଭିଯୋଗ କରିଛନ୍ତି। ବୀଣା ଜଙ୍କସନ୍ ପୋଲିସ ପଠାଇଥିବା ଫଟୋରେ ମିଟୁଙ୍କ ମୃତ ଦେହର ବହୁ ସ୍ଥାନରେ ଫୋଟକା ଉଠିଥିବା ଓ ବହୁ ସ୍ଥାନରେ ମାଂସ ସିଝି କଳା ପଡ଼ିଯାଇଥିବା ଦେଖାଯାଇଥିଲା। ନାରାୟଣ ବୁଗୁଡ଼ା ପୋଲିସ ଷ୍ଟେସନରେ ସହାୟତ ପାଇଁ ଆବେଦନ କରିଥିବା ବେଳେ ଘଟଣାଟି ବୀଣା ଜଙ୍କସନ୍ ଅଞ୍ଚଳରେ ଘଟିଥିବାରୁ ଅନୁସନ୍ଧାନ ଓ ପଦକ୍ଷେପ ନେବା ଦାୟି‌ତ୍ୱ ସେହି ସ୍ଥାନର ପୋଲିସର ରହିଛି ବୋଲି ଆଇଆଇସି ପ୍ରକାଶ କରିଥିଲେ। କିନ୍ତୁ ମିତୁବକୁ ପଠାଇଥିବା ଦଲାଲ ର୍ ସଠିକ୍ ଖବର ଜଣାଇଲେ ବୁଗୁଡ଼ା ପୋଲିସ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଆଇଆଇସି କହିଛନ୍ତି। ମିଟୁ ଗାଁରେ ଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ହେଲେ ଦାଦନ ଖଟିବାକୁ କାହିଁକି ଇଛା କରିଲେ ଓ ବିଜୟ ଓଝଡା ଯାଇଥିବା ବେଳେ ମଧ୍ୟପ୍ରଦେଶ ର ବୀଣା ଜଙ୍କସନ୍ ନିକଟରୁ ତାଙ୍କ ମୃତ ଦେହ କେମିତି ମିଳିଲା ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଟୁଙ୍କ ଭାଇ କହିବା ପ୍ରକାରେ ଯଦି ମିଟୁ ସହ ଅନ୍ୟ ତିନି ଚାରି ଜଣ ଯାଇଥିଲେ ସେମାନେ ଓ ଯେଉଁ ଦଲାଲ ନେଇଥିଲେ ସେ କାହିଁକି ମିଟୁଙ୍କ ପରିବାରଙ୍କୁ ତାଙ୍କ ଅନୁପସ୍ଥିତ ବିଷୟ ଜଣାଇ ନଥିଲେ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ