ଯାଦବକୂଳ କୋଠଘର ଭୂମି ପୂଜନ

ହିଞ୍ଜିଳିକାଟୁ(ଶେଷଦେବ ସାହୁ):- ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିରର ପାଦ ଦେଶରେ ସୋମବାର ପୂର୍ଵଖଣ୍ଡ ତାଲୁକା ଯାଦବ(ଗୋଲା)ସମ୍ପ୍ରଦାୟର ନୂତନ କୋଠ ଘରର ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି।ପୂର୍ବଖଣ୍ଡ ତାଲୁକା ସଭାପତି ଟି.ପୁରୁଷୋତ୍ତମଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ହିଞ୍ଜିଳି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ ଉପସ୍ଥିତ ଥିଲେ।ଏହି ଅବସରରେ ବ୍ଳକ ଅଧ୍ୟକ୍ଷ ଦ୍ୱୀପ ପ୍ରଜ୍ବଳନ ଓ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନଡ଼ିଆ ଭାଙ୍ଗି ଭୂମି ପୂଜନର ଶୁଭାରମ୍ଭ କରିଥିଲେ। ନୂତନ କୋଠଘର ନିର୍ମାଣ ହେଲେ ୧୩ ଖଣ୍ଡ ଗାଁର ବିଭିନ୍ନ ସଭା,ସାମାଜିକ ଓ ଅନ୍ୟାନ୍ୟ ସାମୁହିକ କାର୍ଯ୍ୟକ୍ରମରେ ବିଶେଷ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ଶ୍ରୀ ପ୍ରଧାନ ଉପସ୍ଥିତ ସଭ୍ୟ ମାନଙ୍କୁ ସମ୍ଭୋଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଦେବରାଜ ପାତ୍ର,କେ ଦଣ୍ଡପାଣି,କୋଷାଧ୍ୟକ୍ଷ ପି. ଜୟ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ