ମୋ ସ୍କୁଲ ଅଭିଯାନ ସଚେତନ ବୈଠକ
ବାରିକପୁର, (ୱାଏନଏନଏସ) ; ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ମୁକ୍ତେଶ୍ୱର ମନ୍ଦିର ଠାରେ ମୋ ସ୍କୁଲ ଅଭିଯାନ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବଦ୍ରୀନାରାୟଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ବୈଠକରେ ଶିକ୍ଷା ସଂଯୋଜକ ପୁଷ୍ପକ ଚନ୍ଦ୍ର ଭାରତୀ ଯୋଗଦେଇ ମୋ ସ୍କୁଲ ଅଭିଯାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାଛଡା ପୁରାତନ ଛାତ୍ରଛାତ୍ରୀ ମାନେ ସମର୍ପିତ ଭାବେ ଅଭିଯାନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ମାଣିକମାଳା ମହାରଣା, ଶିକ୍ଷକ ତ୍ରିଲୋଚନ ନାୟକ, ପ୍ରେମଶିଳା ଜେନା, ମାନସୀ ପ୍ରତିମା ନାୟକ, ସ୍ୱୟଂପ୍ରଭା ଶତପଥି ପ୍ରମୁଖ ଏଥିରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏଭଳି ଅଭିଯାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ସଚେତନ ବୈଠକରେ ବିଦ୍ୟାଳୟର ଅନେକ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗଦେଇଥିବାବେଳେ ସେମାନେ ସ୍ୱେଚ୍ଛାକୃତ ଭାବେ ବିଦ୍ୟାଳୟର ଶୈଖିବ ଅଭିବୃଦ୍ଧି ପାଇଁ ସ୍ୱେଚ୍ଛାକୃତ ଭାବେ ଅର୍ଥ ଦେବାକୁ ସମ୍ମତି ପ୍ରଦାନ କରିଥିଲେ ।


