ସମୂହ ପଦତ୍ୟାଗ ପ୍ରତ୍ୟାହାର କଲେ ସିଆରସିସି

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରର କାର୍ଯ୍ୟରତ ସିଆରସିସି ମାନେ ସମୂହ ପଦତ୍ୟାଗ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହିତ ୪ ଜଣ ସିଆରସିସିଙ୍କ ବିରୁଦ୍ଧରେ ହୋଇଥିବା କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଏବିଇଓ ତଥା ବିଆରସିସି ଅମୂଲ୍ୟ କୁମାର ମିଶ୍ର, ଏବିଇଓ ଗୟାଧର ପଣ୍ଡା ସମସ୍ତ ସିଆରସିସି ମାନଙ୍କ ଉପସ୍ଥିତିରେ ଘଟଣା ସଂପର୍କରେ ବିଶୃତ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ଫଳସ୍ୱରୂପ ୪ ଜଣ ସିଆରସିସିଙ୍କ ବିରୁଦ୍ଧରେ ହୋଇଥିବା କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହୃତ ହେବା ସହ ସମୂହ ପଦତ୍ୟାଗ କରିଥିବା ସିଆସିସି ମାନେ ନିଜ ନିଷ୍ପତ୍ତିକୁ ବଦଳାଇ ପୂର୍ବଭଳି କାର୍ଯ୍ୟରେ ଯୋଗଦାନ କର ିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରକାଶ ଥାଉକି, ଗତ ୫ ତାରିଖରେ ବ୍ଲକ ସ୍ତରୀୟ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ୪ ଜଣ ସିଆରସିସି ଅନୁପସ୍ଥିତ ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏହାର ପ୍ରତିବାଦରେ ସମସ୍ତ ସିଆରସିସି ମାନେ ସମୂହ ପଦତ୍ୟାଗ କରିଥିଲେ । ଏହାକୁ ନେଇ ବିବାଦ ଲାଗି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ