କବିତା ମହୋଉତ୍ସବ “ଉନ୍ମେଷ-୨୦୨୦”ର ପୁରସ୍କାର ପ୍ରଦାନ
ଭଞ୍ଜନଗର, (ସନ୍ତୋଷ ଜେନା): ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହାରଖଣ୍ଡି ସାହିତ୍ୟ ସଂସଦ ଦ୍ୱାରା ପରିଚାଳିତ ‘ଆମ ଖବର’ ୟୁଟୁବ ଚାନେଲ ଆୟୋଜିତ କରିଥିଲା ୟୁଟୁବ କବିତା ମହୋଉଛବ “ଉନ୍ମେଷ-2020”. ପ୍ରତିଦିନ ଜଣେ ଯୁବ କବିଙ୍କ କବିତାକୁ ଜଣେ ପ୍ରତିଷ୍ଠିତ କବି ସଂଯୋଜନା କରୁଥିଲେ. ଏହା ଡ଼ିସେମ୍ବର 1 ତାରିଖ ଠାରୁ 30 ତାରିଖ ପ୍ରଯ୍ୟନ୍ତ 30 ଜଣ କବିଙ୍କ କବିତାକୁ 30 ଜଣ କବି ସଂଯୋଜନା କରିଥିଲେ. ଉକ୍ତ 30ଜଣ କବିତଙ୍କ ମଧ୍ୟରୁ 5 ଜଣ କବି ଗଞ୍ଜାମର ଫାଲ୍ଗୁନୀ ଦାଶ , କଳାହାଣ୍ଡିର ଶାନ୍ତ ଗହୀର, ଗଂଜାମର ଦୀପିକା ଦାଶ, କେଉଁଝରର ବିଭୀଷଣ ତନ୍ତୀ, ଖୋର୍ଦ୍ଧାର ଯଶସ୍ବୀନ ସାହୁ ଏବଂ ଏହାର ସଂଯୋଜକ କେନ୍ଦ୍ରାପଡ଼ାର ତେଜସ୍ୱିନୀ ସାମଲ, ଗଞ୍ଜାମର ଡ. ଲକ୍ଷ୍ମୀ ନାରାୟଣ ଦାଶ, କଳାହାଣ୍ଡିର ସୁମତି ମୁଣ୍ଡ, ମାଲେସିୟାର ବ୍ରତତି ପ୍ରିୟଦର୍ଶିନୀ, ଗଞ୍ଜାମର ସୁଜାତା ଷଡ଼ଙ୍ଗୀଙ୍କୁ ଆଜି ଅନୁଷ୍ଠାନ ତରଫରୁ ସମ୍ୱର୍ଦ୍ଧିତ ପ୍ରଦାନ ସ୍ୱରୂପ ଟ୍ରଫି ଦିଆଯାଇ ଥିଲା. ଅନୁଷ୍ଠାନର ବ୍ରହ୍ମପୁର ଅଫିସ ଠାରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଡ଼. ଶ୍ୟାମ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କୃତି ଯୁବ କବି ଏବଂ ସଂଯୋଜକ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ. ଏହାକୁ ସଂଯୋଜନା କରିଥିଲେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା. ପ୍ରକାଶଥାଉକି ଅନ୍ୟ ପ୍ରତିଯୋଗୀ ନିକଟକୁ ପୋଷ୍ଟାଲ ମାଧ୍ୟମରେ ପଠା ଯାଇଛି.


