ଗୁରୁ ସାହିରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
କଟକ, (ଯୁଗାବ୍ଦ ନ୍ୟୁଜ) : ଖାନନଗର ଗୁରୁସାହିରେ ଭଗବତୀ ଯୁବକ ସଂଘ ପକ୍ଷରୁ ଭାରତ ରତ୍ନ ବାବା ସାହେବ୍ ଆମ୍ବେକରଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇ ଅଛି, ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ରୂପେ କୈବର୍ତ୍ତ ସାହିର ଲକ୍ଷ୍ମୀଧର ବେହେରା ଦେବୀ ସାହିର ଲକ୍ଷ୍ମୀଧର ସେଠୀ ନାୟକ ସାହିର ଯୁଧିଷ୍ଠର ନାୟକ ପୂର୍ବତନ କର୍ପୋରେଟର ପ୍ରାର୍ଥିନୀ ସସ୍ମିତା ସେଠୀ ଗୁରୁ ସାହିର ମୂରବୀ ଦୁର୍ଗାଚରଣ ଗୁରୁ , ମଧୁସୂଦନ ଗୁରୁ ଅଚ୍ୟୁତ ଗୁରୁ, ଘନଶ୍ୟାମ ଗୁରୁ , ହାଡିବନ୍ଧୁ ଗୁରୁ , ଅନିରୁଦ୍ଧ ଗୁରୁ ସମେତ ଅରକ୍ଷିତ ନାୟକ, ରାଜେନ୍ଦ୍ର ଗୁରୁ, ଦୀପକ୍ ଗୁରୁ , କୁନା ଗୁରୁ ଗୋବିନ୍ଦ ଗୁରୁ, ଆକାଶ ଗୁରୁ, ସାଗର ଗୁରୁ, ମାନସ ବେହେରା, ସତ୍ୟବ୍ରତ ଗୁରୁ, ଦେବାଶିଷ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।


