ଜିଲାରେ ମେରୁପର୍ବ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ, କରୋନା ଦୂର ପାଇଁ ହେଲା ପୂଜାପାଠ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ସମସ୍ତ ବ୍ଳକରେ ପ୍ରାୟ ୧୨୦ରୁ ଅଧିକ ଦଣ୍ଡଦଳ ଥିବା ବେଳେ କୋଭିଡ଼୍‍ କଟକଣା ମଧ୍ୟରେ ଦଣ୍ଡଯାତ୍ରା ପରି ସମଗ୍ର ଜିଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ ପର୍ବ ପାଳିତ ହୋଇଯାଇଛି। ତେବେ ମେରୁପର୍ବ ପାଳନ ଅବସରରେ କେଉଁଠି ସାମାଜିକ ଦୂରତ୍ୱ ଥିଲା ତ ପୁଣି କେଉଁଠାରେ ସାମାଜିକ ଦୂରତ୍ୱ ଦେଖାଯାଇ ନଥିଲେ ମଧ୍ୟ ସମଗ୍ର ଜିଲାରେ ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳିତ ହୋଇଯାଇଛି। ତେବେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ କମ୍‍ ସଂଖ୍ୟକ ଶ୍ରଦ୍ଦାଳୁଙ୍କ ଉପସ୍ଥିତି ଦେଖାଯାଇଛି। ଫୁଲବାଣୀ ନିକଟ ଦାମିଙ୍ଗା ମେରୁ କୋଭିଡ଼୍‍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେବଳ ଗ୍ରାମ ଭିତରେ ସୀମିତ ଥିବା ବେଳେ ମେରୁ ଯାତ୍ରାକୁ ବାହାର ଲୋକଙ୍କ ଆଗମନକୁ ସଂପୂର୍ଣ୍ଣଭାବେ ବାରଣ କରାଯାଇଥିଲା। ସଂକ୍ରାନ୍ତି ମେରୁ ରୀତି ଓ ନୀତି ପ୍ରକାରେ ଶେଷ ହୋଇଯାଇଛି। ଚଳିତ ବର୍ଷ କମ୍‍ ସଂଖ୍ୟା ଶ୍ରଦ୍ଧାଳୁ ଯୋଗୁଁ ଯାତ୍ରା ଫିକା ପଡ଼ିଯାଇଥିଲା। ମନ୍ଦିର ସମ୍ମୁଖରେ ଧୂଳି ଦଣ୍ଡ , ଅପରାହ୍ନରେ ପାଣି ଦଣ୍ଡ ଓ ରାତି ଅଗ୍ନିଦଣ୍ଡ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଜିଲାର ଗୁମାଗଡ଼, ବଲସକୁମ୍ପା, ଶଙ୍କରାଖୋଲ, ଗଂଜୁଗୁଡ଼ା, ଖଜୁରିପଡ଼ା, ନବଗୁବା, ଘୋଡ଼ାପଥର,ରେଗୁଡ଼ା,ଲିବେରଣା ଆଦି ଅଞ୍ଚଳରେ ମେରୁଯାତ୍ର ପାଳନ କରି ଦଣ୍ଡ ଠାକୁରଙ୍କ ଯାତ୍ରା ମଧ୍ୟ ଶେଷ କରାଯାଇଛି। ସେହିଭଳି ଭାଲିଆପଡ଼ା ,ସରାଚୁଡ଼ ,ଦୂତିପଡ଼ା,ଆର୍‍.ନୂଆଗାଁ, ବାଲିସୁଗ୍ରୀ, ବଲସକୁମ୍ପାରେ ମଧ୍ୟ ଏହି ଯାତ୍ରା କୋଭିଡ଼୍‍ କଟକଣା ମଧ୍ୟରେଶେଷ ହୋଇଯାଇଛି। ଏହି ଅବସରରେ ଭକ୍ତମାନେ ମାକ୍ସ ପିନ୍ଧିଥିବା ବେଳେ ଦଣ୍ଡୁଆ ମାନେ ଶ୍ରୀଘ ଯେଭଳି ଭାବେ କରୋନା ଦୂରହେବ ସେ ନେଇ ମଣିଡ଼ାକ ଦେବା ସହିତ ଭଗବାନଙ୍କୁ ପ୍ରାର୍ଥନା କରି ଯାତ୍ରା ସମାପ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ