ଦୁନ୍ଦୁରେ କରଞ୍ଜ ଗଛରୁ ଯୁବକର ମୃତଦେହ ଉଦ୍ଧାର କଲା ପୋଲିସ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମର ଜନୈକ ଯୁବକ ଗାଁ ଠାରୁ ଅଧା କିମି ଦୂର ଏକ କରଞ୍ଜ ଗଛରେ ଏକ ଝୁଲନ୍ତା ଯୁବକର ମୃତଦେହକୁ ପୋଲିସ ଆଜି ପୂର୍ବାହ୍ନରେ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ ବଡଦୁନ୍ଦୁ ଗ୍ରାମର ସେକ ଇସାରାଇଲ(ମାଜିଲା)ର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଆଜି ସକାଳେ ଗାଁ ଲୋକ ଦେଖି ବହଳଦା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣା ତଦନ୍ତ ଜାରି ରଖିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ