କୋହଲି ଦିନିକିଆ ଶ୍ରେଷ୍ଠ ଖେଳାଳି

ଲଣ୍ଡନ, (‌ୱାଇଏନ୍‌ଏସ୍‌): କ୍ରିକେଟର ‘ବାଇବଲ’ କୁହାଯାଉଥିବା ୱିଜଡେନ ଅଲମାନାକ୍ ପକ୍ଷରୁ କୋହଲି ଗତ ଦଶନ୍ଧି (୨୦୧୦-୨୦)ର ଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି । ଏହି ଭାରତୀୟ ସୁପରଷ୍ଟାର ଏଯାବତ ୨୫୪ଟି ଦିନିକିଆରୁ ୧୨,୧୬୯ ରନ୍ କରିଛନ୍ତି । ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚର ୫୦ତମ ବର୍ଷ ପୂର୍ତ୍ତି ଅବସରରେ ୱିଜଡେନ ପକ୍ଷରୁ ୧୯୭୧ ରୁ ୨୦୨୧ ପର୍ଯ୍ୟନ୍ତ ପାଞ୍ଚ ଦଶନ୍ଧ ପାଇଁ ଜଣେ ଲେଖାଏଁ ଶ୍ରେଷ୍ଠ ଦିନିକିଆ ଖେଳାଳି ଚୟନ କରାଯାଇଛି । କୋହଲି ଗତ ଦଶନ୍ଧି (୨୦୧୦ ରୁ୨୦୨୦)ର ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ୱିଜଡେନ ପୁରସ୍କାର ପାଇଛନ୍ତି ।୨୦୧୧ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିବା କୋହଲି ବିଶ୍ୱର ଅନ୍ୟ ଅଗ୍ରଣୀ ବ୍ୟାଟ୍ସମ୍ୟାନ୍‌ଙ୍କ ତୁଳନାରେ ଗତ ୧୦ ବର୍ଷରେ ସବୁଠାରୁ ଅଧିକ ରନ୍ କରିଛନ୍ତି । ସେ ଏହି ସମୟ ମଧ୍ୟରେ ଦିନିକିଆ ଫର୍ମାଟରେ ୪୨ ଶତକ ସହ ୧୧ ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି । ଏହି ଅବଧି ମଧ୍ୟରେ କୋହଲି ୬୦ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି ।କୋହଲିଙ୍କ ବ୍ୟତୀତ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନବେ ଦଶକର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ୱିଜଡେନ ସମ୍ମାନ ପାଇଛନ୍ତି । ସଚିନ ୧୯୯୮ରେ ଏହି ଫର୍ମାଟରେ ୯ଟି ଶତକ ହାସଲ କରିଥିଲେ, ଯାହା କି ସେହି କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଥିଲା । ସେହିପରି ଭାରତର ବିଶ୍ୱକପ୍ ବିଜୟୀ ଅଧିନାୟକ କପିଳ ଦେବ ଅଶୀ ଦଶକର ଶ୍ରେଷ୍ଠ ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି । କପିଳଙ୍କ ନେତୃତ୍ୱରେ ଭାରତ ୧୯୮୩ରେ ପ୍ରଥମ ଥର ବିଶ୍ୱକପ ଚାମ୍ପିୟନ ହୋଇଥିଲା । ସେହି ଦଶକରେ କପିଳ ଅନ୍ତର୍ଜାତୀୟ ଦିନିକିଆରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ । ଏହାଛଡ଼ା ସେ ୧୦୦୦ରୁ ଊର୍ଦ୍ଧ୍ୱ ରନ୍ ବି କରିଥିଲେ ।ଇଂଲଣ୍ଡର ବେନ୍ ଷ୍ଟୋକ୍ସ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ କ୍ରିିକେଟର ଭାବେ ୱିଜଡେନ୍ ପୁରସ୍କାର ଜିତିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ