ପଟାଙ୍ଗୀରେ ମାଟି ଅତଡା ଖସି ୩ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ପଡ଼ାଗୁଡ଼ା ଗାଁ ନିକଟରେ ଚୂନମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ଏହା ବ୍ୟତୀତ ଆହତ ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ଦିନ ରାଲେଗଡା ଗ୍ରାମ ପଂଚାୟତର ମିରିଆଲୁପାଡୁ ଗ୍ରମାର ୧୧ ଜଣ ମହିଳା ଘର ଲିପିବା ପାଇଁ ରେଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ ପଡ଼ାଗୁଡ଼ା ଗାଁ ନିକଟରେ ଚୂନମାଟି ଖୋଳୁଥିଲେ । ଏହି ସମୟରେ ମାତି ଅତଡ଼ା ଖସିପଡିବାରୁ ରାମୁଲାମା ମୁଷୁରୀ(୪୦) ତାଙ୍କ ଝିଅ ଦେବୀ ମୁଷୁରୀ(୧୭) ଏବଂ ମିତୁଲା କୋଟା(୨୭) ଚାପି ହୋଇ ମୃତ୍ୟୁବରଣ କରିଥିଲେ । ମିତୁଲା କୋଟା(୨୮) ଗୁରୁତର ଥିବାରୁ ତାଙ୍କୁ ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ