ଆବାସ କାର୍ଯ୍ୟ ବୁଲି ଦେଖିଲେ ବିଡିଓ

ବନ୍ତ, (ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ମାନଙ୍କୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମାତ୍ର କେତେକ ହିତାଧିକାରୀ କାର୍ଯ୍ୟାଦେଶ ପାଇବା ପରେ ମଧ୍ୟ ଗୃହ କାର୍ଯ୍ୟକୁ ତ୍ୱରାନ୍ୱିତ କରୁନଥିବା ଦେଖିବାକୁ ମିଳିଛି । ଫଳରେ ସରକାରଙ୍କର ଏହି ଯୋଜନା ସଫଳ ରୂପାୟନ ହୋଇପାରୁନାହିଁ । ଏଥିନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବିଡିଓ ରେବେକା ବିଲୁଙ୍ଗ ବିଭିନ୍ନ ପଞ୍ଚାୟତ ବୁଲି ଆବାସ କାର୍ଯ୍ୟର ତଦାରଖ କରିଛନ୍ତି । ଏହିକ୍ରମରେ ବିଡିଓ ଗଣିଜାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ହିତାଧିକାରୀଙ୍କ ଆବାସ କାର୍ଯ୍ୟକୁ ତଦାରଖ କରିବା ସହ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ତାଗିଦ୍ କରିିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ