ରାଜ୍ୟମାନେ ଚାହିଁଲେ ଲକଡାଉନ୍ ଲାଗୁ କରିପାରିବେ- ଅମିତ ଶାହ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ଦ୍ଧିତ ସଂକ୍ରମଣ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି। ସେପଟେ ଦେଶରେ ପୂର୍ବବତ୍ ଲକଡାଉନ୍ ଲାଗୁ ଆଶଙ୍କା କରି ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। କରୋନାର ଦ୍ଵିତୀୟ ଲହର ଅଧିକ ଭୟାନକ ସାବ୍ୟସ୍ତ ହୋଇଛି। ଏହି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ଗୁଡିକ ଏକ ସହ ମିଶି ଲଢିବାକୁ ପଡିବ। ଯଦି ରାଜ୍ୟମାନେ ଚାହିଁବେ ତେବେ ଲକଡାଉନ ଲାଗୁ କରିପାରିବେ। ଦେଶରେ ରେମଡେସିଭିର ଏବଂ ଅକ୍ସିଜେନର ଅଭାବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ସ୍ଥିତି ସମୀକ୍ଷା କରୁଛନ୍ତି।


