ବ୍ରହ୍ମପୁରରେ ଲୁଟ୍‌ ଘଟଣା ପ‌ର୍ଦ୍ଦାଫାସ୍ : ଛ’ ଗିରଫ, ଟଙ୍କା, ସୁନା ଜବତ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚୋରୀ ଘଟଣାରେ ପୋଲିସ ଏକ ବଡ଼ ଧରଣର ସଫଳତା ପାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଏକ ଲକ୍ଷ ୪୧ ହଜାର ଟଙ୍କା ଓ ସୁନା, ରୂପା ଗହଣା ଜବତ କରିଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ୭ ଟି ଘଟଣା ତଥା ନିମଖଣ୍ଡିସ୍ଥିତ ରଘୁନାଥ ମଠ, ପାଣ୍ଡିଆଝୋଳୀ, ବେନ୍ଦାଳିଆ, ବି.ଜଗନ୍ନାଥପୁର, କୁକୁଡ଼ାଖଣ୍ଡି, ଶାସନପଦର, ଓ ଆମ୍ବପୁଆ କାଳୀ ମନ୍ଦିରରୁ ଚୋରି ନେଇ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଚଳାଇ ଏରୋଗୋଲା ଗ୍ୟାଙ୍ଗ୍‌ର ୬ ଜଣ ଅଭିଯୁକ୍ତଙ୍କୁ ଗତକାଲି ଅପରାହ୍ନରେ ଧରିଥିଲେ ଏବଂ ସେମାନଙ୍କୁ ଜେରା କରି ନଗଦ ୧.୪୧ ଲକ୍ଷ ଟଙ୍କା, ୯୮.୭୪୦ ଗ୍ରାମ ସୁନା ଗହଣା, ୧୯.୮୦୦ ଗ୍ରାମ ରୂପା ଗହଣା ସମେତ ବିଭିନ୍ନ ତାଲା ଭଙ୍ଗା ଓ କବାଟ ଭଙ୍ଗା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚମାଖଣ୍ଡି ଥାନା ଅନ୍ତର୍ଗତ ନରଢିହ ଗ୍ରାମର କେ. ମିଥୁନ(୨୮), ଟାଙ୍ଗଣାପଲ୍ଲୀ ଗ୍ରାମର କେ. ତୋଫାନ(୧୯), କେ. ସୁଦାମ(୧୯), କେ.ଟୁଙ୍ଗୁରୁ ଓରଫ୍‌ ପ୍ରକାଶ(୨୦), କେ.ସାନ(୨୩), କେ.କାହ୍ନା(୧୯) ପ୍ରମୁଖ ଗିରଫ ହୋଇଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ