ବାଲେଶ୍ୱରରୁ ଓଡ଼ିଶାର ବିକାଶର ବାର୍ତ୍ତା ଦେବେ ନବୀନ

ଭୁବନେଶ୍ୱର: ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍‍ର ସହଭାଗିତାରେ ବାଲିଆପାଳର ଚଉମୁଖଠାରେ ସ୍ଥାପିତ ହେବାକୁ ଥିବା ସୁବର୍ଣ୍ଣରେଖା ବନ୍ଦରର ସେ ଶିଳାନ୍ୟାସ କରିବେ। ୫ ହଜାର କୋଟି ଟଙ୍କାର ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ୧୨ ବର୍ଥ ବିଶିଷ୍ଟ ଏହି ବନ୍ଦରର ବାର୍ଷିକ ପଣ୍ୟ କାରବାର କ୍ଷମତା ୨୫ ରୁ ୫୫ ନିୟୁତ ଟନ୍‍ ହେବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ଏଥିସହିତ ମୁଖ୍ୟମନ୍ତ୍ରୀ ତାଳସାରୀରେ ୧୫୧ କୋଟି ଟଙ୍କାରେ ନିର୍ମିତ ୩୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ବାଲେଶ୍ୱରଠାରେ ୩୧୧ କୋଟି ଟଙ୍କା ବ୍ୟୟରେ ୩୩ଟି ପ୍ରକଳ୍ପର ଶିଳାନ୍ୟାସ, ୫୦ କୋଟି ଟଙ୍କା ବ୍ୟୟରେ ଚାନ୍ଦିପୁର ମାଛଧରା ବନ୍ଦରର ଉଦ୍‍ଘାଟନ, ୩୬.୬୩ କୋଟି ଟଙ୍କା ବ୍ୟୟରେ ଇଡକୋ ଟାୱାରର ଲୋକାର୍ପଣ, ୬୯୧ କୋଟି ଟଙ୍କାର ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ତାଳସାରିଠାରେ ବେଳାଭୂମି ମହୋତ୍ସବକୁ ଉଦ୍‍ଘାଟନ କରିବା ସହିତ ବିଜୁ ଯୁବ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ