ତାଳସଜ ଖାଇବାକୁ ବିଭିନ୍ନ ଛକ ରାସ୍ତା ପାର୍ଶ୍ୱରେ ଗ୍ରାହକଙ୍କ ଭିଡ଼

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଗ୍ରୀଷ୍ମ ଦିନରେ ପାଟିକୁ ସୁଆଦ ସହ ଶରୀରକୁ ଆରାମ ପ୍ରଦାନ କରୁଥିବା ତାଳ ସଜ ଏବେ ସଭିଙ୍କ ପସନ୍ଦ ପାଲଟିଛି। ଆଉ ଏହାକୁ ଖାଇବାକୁ ରାସ୍ତା କଡରେ ଲୋକଙ୍କ ଭିଡ଼ ଜମୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ରୁ ଭୁବନେଶ୍ୱର ଯିବା ବାଟରେ କାକଟପୁର ନିକଟସ୍ତ ପ୍ରହରାଜପୁର, ସୋମନାଥପୁର ସମେତ ବିଭିନ୍ନ ବଜାର ରେ ତାଳ ସଜ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଲୋକ ମାନେ ତାଳସଜ ଖାଇବା ସହିତ ଘରକୁ କିଣି ନେଉଛନ୍ତି। ତାଳ ସଜ ବିକ୍ରି କରି ବ୍ୟବସାୟୀ ମଧ୍ୟ ଭଲ ଲାଭବାନ ହେଉଛନ୍ତି। କିନ୍ତୁ ପୂର୍ବରୁ ଯେଉଁ ପରିମାଣ ତାଳ ଗଛ ଥିଲା ତାହା ଦେଖାଯାଉନାହିଁ। ତାଳ ଗଛକୁ ଲୋକେ ହାଣି ଦେଉଥିବାରୁ ବର୍ତମାନ ତାଳସଜ ଅଧିକ ମାତ୍ରାରେ ମିଳୁନାହିଁ। ଯାହା ଫଳରେ ମାର୍କେଟ ରେ ଏହାର ଦାମ୍ ବଢ଼ିବାରେ ଲାଗିଛି। ଆଗ ଭଳି ଆଉ ତାଳ ଗଛ ନାହିଁ କିମ୍ବା ଗଛ ଚଢ଼ାଳି ମଧ୍ୟ ମିଳୁ ନାହାନ୍ତି। ଦୂରରୁ ତାଳସଜ ସଂଗ୍ରହ କରି ଆଣିବାକୁ ଅଧିକ ଖର୍ଚ୍ଚ ଲାଗୁଛି। ବଜାର ରେ ଦର ଅଧିକ ଥିଲେ ମଧ୍ୟ ଲୋକେ ତାଳସଜ କିଣିନେଉଛନ୍ତି। ତାଳସଜ ପାଟିକୁ ସୁଆଦ, ପେଟକୁ ଥଣ୍ଡା ପ୍ରଦାନ କରୁଥିବା ବେଳେ ମଣିଷ ଜୀବନ ରକ୍ଷା କବଚ ପାଲଟିଥାଏ ତାଳଗଛ। ବ୍ରଜପାତ କୁ ରୋକିବାରେ ସହାୟକ ହୋଇଥାଏ ତାଳ ଗଛ। ଗଛ ହାଣି ଦେଉଥିବାରୁ ତାଳପତ୍ରରେ ତିଆରି ବିଭିନ୍ନ ଘର କରଣା ସାମଗ୍ରୀ ଲୋପ ପାଇବାକୁ ବସିଲାଣି। ପ୍ରକୃତି ସନ୍ତୁଳନ ରଖିବାରେ ତାଳ ଗଛ ସହାୟକ ହୋଇଥାଏ ବୋଲି ପରିବେଶବିତି ସରୋଜ କୁମାର ଜେନା କହିଛନ୍ତି। ତାଳ ଗଛର ଆବଶ୍ୟକତା ଓ ଉପକାରିତା କୁ ଅତି ଗୁରୁତ୍ୱର ସହିତ ସରକାର ନେଇ ତାଳ ଗଛ କାଟିବା ଉପରେ ରୋକ ଲଗାଇଛନ୍ତି। ହେଲେ ତାଳ ଗଛ ରୋପଣ ପାଈଁ ସରକାରଙ୍କ ପଦକ୍ଷେପ କେବଳ କାଗଜ ପତ୍ରରେ ସୀମିତ ରହିଛି ବୋଲି ପରିବେଶବିତି ସରୋଜ କୁମାର ଜେନା ସମେତ ଦିଲୀପ ବିଶ୍ୱାଳ, ବୃନ୍ଦାବନ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ