ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ ଠାରେ ଓଡିଶା ଆର୍ଟ୍ସ ତରଫରୁ ଆୟୋଜିତ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍ଯାପିତ ହୋଇଯାଇଛି ।ମୁଖ୍ୟ ପରିଚାଳିକା ପ୍ରଣିତା ହୋତା, ମିନତା ମହାନ୍ତି ଓ ସରୋଜ କୁମାର୍ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ କର୍ପୋରେଟର୍ ଧିରେସ ସାବତ, ସମାଜସେବୀ ଏସ. ଅଜିତ୍ ପାତ୍ର, ଜଗଦୀଶ ପାଣିଗ୍ରାହୀ, କେସି ବାଳକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶଶାଙ୍କ କୁମାର୍ ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ଏଚ. ଭେଙ୍କଟ ରାଓ, ଶିକ୍ଷକ ଅମରେନ୍ଦ୍ର ରଥ, ସାମ୍ୱାଦିକ ସୁଦୀପ କୁମାର୍ ସାହୁ, ସିଟି ହସ୍ପିଟାଲର ଏସଏସକେ ମ୍ୟାନେଜର ସୁଧୀର ବିଶ୍ୱାଳ, ସଂଯୋଜକ କାର୍ତ୍ତିକ ପାଣିଗ୍ରାହି ଓ ସମାଜସେବୀ ମନୋଜ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ପରୀ ଶିବିରରେ ଯୋଗ ଦେଇଥିବା ଶିଶୁ ମାନଙ୍କୁ ମଧ୍ୟ ମାନପତ୍ର ସହ ପୁରସ୍କାର ଦିଆଯାଇଥିଲା । ଗୁରୁ ମଧୁସ୍ମିତା ଦାସ, ସରୋଜ ଦାସ, ସୁରଜ କୁମାର ପାଳ, କାହ୍ନା ବେହେରା, କାଳିଆ ଓ ନିଳାଞ୍ଚଳ ବେହେରାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାଯ୍ୟକ୍ରମ ଅୟୋଜନ କରାଯାଇଥିଲା.


