ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଶୁଭ ଚନ୍ଦ୍ର ପ୍ରଭାବ ହେତୁ କର୍ମକ୍ଷେତ୍ରରେ ପ୍ରତିପତି ବୃଦ୍ଧି ହେବ । ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ଆଶାଜନକ ସଫଳତା ପାଇବେ ।

ବୃଷ – ଶୁଭ ଚନ୍ଦ୍ର ଚଳନ ହେତୁ ନୁତନ ଅଧିନସ୍ଥ କର୍ମଚାରିର ସହଯୋଗରେ ସ୍ଥାନ, ମାନ, ଧନ ମିଳିବ । ଅର୍ଥ ଚିନ୍ତା ଦୂର ହେବ । ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ । ତଥାପି ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ । ମହିଳାମାନେ ପତି ପରାୟଣା ହୋଇ ଧର୍ମ କାର୍ଯ୍ୟରେ ମନ ବଳାଇବେ, ଛାତ୍ର ଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରିବେ ।

ମିଥୁନ – ଶୁଭଚନ୍ଦ୍ରର ଶୁଭାର୍ଶୀବାଦରେ ସମାଜରେ ନିଜର ପରିଚୟ ବଢିବ, ପ୍ରିୟ ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର ଆନ୍ତରିକ ସହଯୋଗରେ ନିବିଡତା ବଢିବ । ମହିଳାମାନେ ପତି ପରାୟଣା ହେବେ, ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ ।

କର୍କଟ – ଅଶୁଭ ଚନ୍ଦ୍ର ଚଳନ ହେତୁ ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ । ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ । ମହିଳାମାନେ ଧର୍ମ ଦିଗରେ ମନନିବେଶ କରିବେ । ଛାତ୍ରଛାତ୍ରୀମାନେ ଚିନ୍ତାମଗ୍ନ ରହିବେ ।

ସିହଂ- ଶୁଭ ଚନ୍ଦ୍ର ଚଳନ ହେତୁ ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହିବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଆଶାଜନକ ସଫଳତା ପାଇବେ ।

କନ୍ୟା – ଶୁଭ ଚନ୍ଦ୍ର ଶୁଭାର୍ଶୀବାଦରେ ବ୍ୟବସାୟ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ପାରିବାରିକ ଶାନ୍ତି ମିଳିବ । ଗୃହକୁ ନୂତନ ଗୃହୋପେଯିଗି ଦ୍ରବ୍ୟ କ୍ରୟ କରିବେ । ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉପକୃତ ହେବେ ।

ତୁଳା – ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ । ପାରିବାରିକ ଶାନ୍ତି ମିଳିବ ।

ବିଛା – ଶୁଭଚନ୍ଦ୍ର ଚଳନ ହେତୁ ସମାଜେର ପ୍ରଭାବ ଓ ଲୋକପ୍ରୀୟତା ବୃଦ୍ଧି ହେବ । ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ରାଜନୈତିକ ଓ ପ୍ରସାଶନିକ ବ୍ୟକ୍ତିବିଶେଷ ଉତ୍ସାହିତ ରହିବେ । ମହିଳାମାନେ କର୍ତବ୍ୟ ପରାୟଣା ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନନିବେଶ କରିବେ ।

ଧନୁ – ଅଶୁଭ ଚନ୍ଦ୍ର ଚଳନ ହେତୁ ଅର୍ଥ ଓ ସୁଖ ନାଶ, କମକ୍ଷେତ୍ରରେ ଅସନ୍ତୋଷ, ପରିବାର ସଦସ୍ୟଙ୍କଠାରୁ ଅସହଯୋଗ ଓ ବ୍ୟବସାୟରେ କ୍ଷତି ସହିବେ । ମହିଳାମାନେ ପତି ପରାୟଣା ହେବେ । ଛାତ୍ର ଛାତ୍ରୀମାନେ ପରୀକ୍ଷା ଅସଫଳତା ହାସଲ କରିବେ । ପ୍ରତୀକାର – ଜିବ ହତ୍ୟା ନିଷେଧ, କୌଣସି ଅସହାୟା ବୁଦ୍ଧାକୁ ବସନ ଦାନ ।

ମକର – ଅଶୁଭ ଚନ୍ଦ୍ର ଚଳନ ହେତୁ ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ । ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ । ମହିଳାମାନେ ଧର୍ମ ଦିଗରେ ମନନିବେଶ କରିବେ । ଛାତ୍ରଛାତ୍ରୀମାନେ ଚିନ୍ତାମଗ୍ନ ରହିବେ ।

କୁମ୍ଭ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ । ମହିଳା ଓ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ସୁଖୀ ହେବେ ।

ମୀନ – ଶୁଭ ଚନ୍ଦ୍ରର ଶୁଭାର୍ଶୀବାଦରେ ଅଟକ ଥିବା କାମ ପୁରଣ ହେବ, ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ, ଅର୍ଥ ଚିନ୍ତା ଦୂର ହେବ, ସ୍ଥାନ, ମାନ, ଧନ ମିଳିବ । ମହିଳାମାନେ କର୍ତବ୍ୟ ପରାୟଣ ହୋଇ ଧର୍ମ କାର୍ଯ୍ୟରେ ମନ ବଳାଇବେ, ଛାତ୍ର ଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରିବେ ।

ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ