ଟେକ୍ନୋ କାମନ୍-୧୨ଏୟାର ସ୍ମାର୍ଟଫୋନ୍ ବଜାର ପ୍ରବେଶ

ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍ ଇଣ୍ଡିଆର କାମନ୍ ତଥା ସ୍ପାର୍କ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ ନୂତନ ସ୍ମାର୍ଟେଫାନ୍ର ବଜାର ପ୍ରବେଶ କରାଯାଇଛି । କାମନ୍ ସିରିଜ୍ ବର୍ଗରେ ଟେକ୍ନୋ କାମନ୍-୧୨ ଏୟାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ସେହିପରି ସ୍ପାର୍କ ସିରିଜ୍ ବର୍ଗରେ ଟେକ୍ନୋ ସ୍ପାର୍କ ଗୋ, ଟେକ୍ନୋ ସ୍ପାର୍କ୪ ଏୟାର ଏବଂ ଟେକ୍ନୋ ସ୍ପାର୍କ-୪ର ବଜାର ପ୍ରବେଶ କରାଯାଇଛି । ଟେକ୍ନୋ ସ୍ପାର୍କ ଗୋର ମୂଲ୍ୟ ୫,୪୯୯ଟଙ୍କା ରହିଛି । ଏଥିରେ ୫ ଏମ୍ପି ସେଲଫି କ୍ୟାମେରା, ୮ ଏମ୍ପି ପଛ କ୍ୟାମେରା ରହିଛି । ଏଥିରେ ଡୁଆଲ୍ ଫ୍ଲାଶ୍ ଲାଇଟ୍ ସୁବିଧା ରହିଛି । ଏହା ସହିତ ଏଥିରେ ୩୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍,୬.୧ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ୨ଜିବି ରାମ୍, ୧୬ଜିବି ରମ୍ ଆଦି ସୁବିଧା ରହିଛି । ଟେକ୍ନୋ ସ୍ପାର୍କ ଏୟାରର ମୂଲ୍ୟ ୬,୯୯୯ଟଙ୍କା ରହିଛି । ଏଥିରେ ଡୁଆଲ୍ ସେଲଫି କ୍ୟାମେରା ରହିଛି । ସେଥିମଧ୍ୟରେ ୧୩ ଏମ୍ପି କ୍ୟାମେରା ରହିଛି । ଏଥିରେ ଡୁଆଲ୍ ଫ୍ଲାଶ୍ ଲାଇଟ୍ ସୁବିଧା ରହିଛି । ଏହା ସହିତ ଏଥିରେ ୩ ଇନ୍ ୧ ନନ୍ ହାଇବ୍ରିଡ୍ ସ୍ଲଟ୍, ଆଡଭାନ୍ସଡ୍ ଫେସ୍ ଅନଲକ୍ ୨.୦ ଆଂଟି ଅଏଲ ଫିଙ୍ଗରପ୍ରିଂଟ୍ ସେନସର, ୬.୧ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ୩ଜିବି ରାମ୍, ୩୨ଜିବି ରମ, ଡୁଆଲ୍ ୪ଜି ଭୋଲଟି୍ ଆଦି ସୁବିଧା ରହିଛି । ଟେକ୍ନୋ ସ୍ପାର୍କ-୪ରେ ୧୩ ଏମ୍ପି ସେଲଫି କ୍ୟାମେରା ସହିତ ୨ଏମ୍ପି ଡେପଥ୍ କ୍ୟାମେରା ରହିଛି । ଏଥିରେ ୪୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍, ୬.୫୨ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ୨୦:୯ ଆସପେକ୍ଟ ରେସିଓ, ୪୫୦ ନିଟ୍ ସ୍କ୍ରିନ୍ ବ୍ରାଇଟ୍ନେସ୍ ଆଦି ସୁବିଧା ରହିଛି । ଏହା ଦୁଇଟି ଭ୍ୟାରିଆଂଟ୍ରେ ଉପଲବ୍ଧ । ଏହାର ୩ଜିବି ରାମ୍, ୩୨ଜିବି ରମ୍ ସ୍ମାଫୋନ୍ର ମୂଲ୍ୟ ୭,୯୯୯ଟଙ୍କା ରହିଛି । ସେହିପରି ଏହାର ୪ଜିବି ରାମ୍, ୬୪ଜିବି ରମ୍ ସ୍ମାର୍ଟେଫୋନ୍ର ମୂଲ୍ୟ ୮,୯୯୯ଟଙ୍କା ରହିଛି । ଟେକ୍ନୋ କାମନ୍-୧୨ ଏୟାରର ମୂଲ୍ୟ ୯,୯୯୯ଟଙ୍କା ରହିଛି । ଏଥିରେ ୩ଟି ଏଆଇ ପାୱାର ପଛ କ୍ୟାମେରା ରହିଛି । ଏଥିରେ ଥିବା ପଛ କ୍ୟାମେରା ଗୁଡ଼ିକ ଯଥାକ୍ରମେ ୧୬ ଏମ୍ପି , ୨ଏମ୍ପି ଏବଂ ୫ ଏମ୍ପି ବିଶିଷ୍ଟ । ୪୦୦୦ଏମ୍ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍, ୬.୫୫ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍, ୪ଜିବି ରାମ୍, ୬୪ଜିବି ରମ୍, ହେଲିଓ ପି-୨୨ ଅକ୍ଟାକୋର୍ ସିଷ୍ଟମ୍, ୨୫୬ ବର୍ଦ୍ଧିତ ମେମୋରୀ ଆଦି ସୁବିଧା ରହିଛି । ଏଥିରେ ଆଡଭାନ୍ସଡ୍ ଫେସ୍ ଅନଲକ୍ ୨.୦ ଆଂଟି ଅଏଲ ଫିଙ୍ଗରପ୍ରିଂଟ୍ ସେନସର ରହିଛି । ଯାହାକି ୦,୨୭ ସେକେଣ୍ଡରେ ଅନଲକ୍ ହୋଇପାରିଥାଏ । ଏହା ଦେଶର ୩୫,୦୦୦ରୁ ଅଧିକ ଅଫ୍ଲାଇନ୍ ରିଟେଲ ଆଉଟ୍ଲେଟ୍ରେ ଉପଲବ୍ଧ ହେଉଛି । ଟେକ୍ନୋ ପକ୍ଷରୁ ଏହାର ସମସ୍ତ ସ୍ମାର୍ଟଫୋନ୍ ଉପରେ ପ୍ରାରମ୍ଭିକ ଅଫର ‘୧୧୧ ’ ଉପଲବ୍ଧ ହୋଇଥାଏ । ଏହା ଅନ୍ତର୍ଗତ ୧୦୦ଦିନ ମଧ୍ୟରେ ରିପ୍ଲେସ୍ ଟ୍ୱାରେଂଟି ତଥା ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଂଟ୍ ସୁବିଧା ତଥା ୧୨ ମାସର ସମସ୍ତ ଡିଭାଇସ୍ ୱାରେଂଟି ସହିତ ଏକ ମାସର ବର୍ଦ୍ଧିତ ୱାରେଂଟି ପ୍ରଦାନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ