କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲା ବାଲିଯାତ୍ରା ମହୋତ୍ସବ ପାଇଁ ୨ୟ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟିର ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ସଞ୍ଜୟ କୁମାର ଜେନା ସମ୍ପର୍କରେ ବୀବରଣି ପ୍ରଦାନ କରିଥିବା ବେଳେ ବାଲିଯାତ୍ରା ଉତ୍ସବର ପ୍ରସ୍ତୁତି ଆଗେଇନେବା ପାଇଁ ଗଠିତ ହୋଇଥିବା ବିଭିନ୍ନ ସବକମିଟି ଉପରେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଆଗାମି ନଭେମ୍ବରମାସ ୧୨ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ଏହି ବାଲିଯାତ୍ରା ଉତ୍ସବରେ ମୀନାବଜାର,ରାମଦୋଳି,ଚିତ୍ରକଳା,ବିଭିନ୍ନ ରଙ୍ଗ ବେରଙ୍ଗର ଷ୍ଟଲ,ସାଂସ୍କୃତିକ ,ସାହିତ୍ୟ ସଭା ଓ ରଙ୍ଗାରଙ୍ଗ ମାନ କରାଯିବାର ଯୋଜନା ରଖାଯାଇଥିବାସମ୍ପର୍କରେ ଆଲୋଚନା କରାଯାଇଥିଲା । ଏତଦଭିନ୍ନ ଏକ ସୁଦୃଶ୍ୟ ପତ୍ରିକା ‘ସ୍ମୃତିର ବୋଇତ’ ପ୍ରକାଶିତ ହେବାର ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉପସଭାପତି ଧିରେନ୍ଦ୍ର କୁମାର ଦାସ,ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ,ରାମକୃଷ୍ଣ ଦାଶ,ଡଃ.ନାରାୟଣ ପ୍ରସାଦ ଜେନା,ଅଭିମନ୍ୟୁ ଗୋଛାୟତ,ସତ୍ୟପ୍ରିୟ ଦାସ,ମୃତ୍ୟୁଞ୍ଜୟ ସାହୁ,ଟୁଟୁ ଗେରୁ,ପଂଚାନନ ଦାସ,ଏମ.ଆର.ସାବିର,ଏମ.ଡି.ନିଆଜ,ଆଶିଷ ସେନାପତି,କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ,ଗୁଲନଗର ସରପଂଚ ପିତବାସ ବେହେରା,ସେକ ଚନ୍ଦନ ପ୍ରମୁଖ ଯୋଗଦେଇ ମତାମତ ଦେଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଥିବାରୁ କମିଟି ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।


