କୋରୋ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅନ୍ତର୍ଗତ କୋରୋ ପଂଚାୟତ ନୋଡାଲ ହାଇସ୍କୁଲରେ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ ମୁଖୟ ଅତିଥି ,ଆଶୁକବି ତଥା ଶିକ୍ଷକ ହେମନ୍ତ ଜେନା ମୁଖ୍ୟବକ୍ତା,ଶିକ୍ଷାବିତ ହରେକୃଷ୍ଣ ସିଂହ,ପୂର୍ଣ୍ଣଚନ୍ଦ୍ର ପଲାଇ,ବସନ୍ତ କୁମାର ନାୟକ ପ୍ରମିଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ପରିଚାଳିତ ଉଦଘାଟନି ଉତ୍ସବରେ ଛାତ୍ରୀମାନେ ସୁରଭି ଉପରେ ଆଧାରିତ ସ୍ୱାଗତ ସଂଗୀତ ଗାନ କରିଥରବା ବେଳେ ସି.ଆର.ସି.ସି.ମହମ୍ମଦ ଜଲ୍ଲାଲୁଦ୍ଦିନ ସ୍ୱାଗତ ଭାଷଣ ଓ ଶିକ୍ଷକ ରାଧାମୋହନ ଦାସ ଅତିଥି ପରିଚୟ ପ୍ରଦାନ ଏବଂ ମାତା ମଞ୍ଜରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କୋରୋ କ୍ଲଷ୍ଟର ଅଧିନ ଆଦର୍ଶ ବିଦ୍ୟାଳୟ,ତରାଣ୍ଡୋ ନୋଡାଲ ହାଇସ୍କୁଲ,ପ୍ରାଥମିକ ବିଦ୍ୟାଳୟ ତନାର,ପାଳକଣା,ଗଇଦୁଆ,ତ୍ରିଲୋଚନପୁର,ବାରୋ,ଜଝାଙ୍ଗ ବାଳିକା ବିଦ୍ୟାଳୟ,ପଂଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୋରୋ ନୋଡାଲ ହାଇସ୍କୁଲର ୧୩୦ ଛାତ୍ରଛାତ୍ରୀ ତର୍କ,ବାଗ୍ମିତା,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ,ସାଧାରଣ ଜ୍ଞାନ,ଶ୍ରୃତଲିଖନ ପ୍ରଭୃତି ପ୍ରତିଯୋଗୀତାରେ ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବୀତରଣି ଉତ୍ସବରେ ଶିକ୍ଷକ ହେମନ୍ତ ଜେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ତଅପୋଇ ମଲ୍ଲିକ ବକ୍ତା ଭାବେ ସାମାଜିକ କର୍ମୀ ଅମରବର ବିଶ୍ୱାଳ,ସନ୍ତୋଷ କର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଉନ୍ମେଷ ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ବିମଳ ପରିଡାଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିବା ବେଳେ ଶିକ୍ଷୟତ୍ରୀ କ୍ଷେତ୍ରମଣୀ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରାଧାମୋହନ ଦାସ, ପର୍ଶୁରାମ ସିଂହ, ହିମାଂଶୁ ଶେଖର ପରିଡା, ବିଭୁତି ଭୂଷଣ ଜେନା, ରଞ୍ଜନ କୁମାର ମଲ୍ଲିକ, ତପନ କୁମାର ଜେନା, ତୃପ୍ତିରେଖା ପରିଡା, କଳ୍ପନା ଦାସ, ମେଘନାଦ ମୁର୍ମୁ, ରଞ୍ଜନ ରାଉତ, ସେକ ସାହାନୱାଜ, ସେକ ଅବଦୁଲ କଲମ, ନୀରୋଜାନଳିନୀ ମହାନ୍ତି, ନମିତା ସେଠୀ, ହରମୋହନ ସ୍ୱାଇଁ, ଅନନ୍ତ ଓଝା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ