ହ୍ୱାଇଟ୍ ହାଉସରେ ଦୀପ ଜାଳି ଦୀପାବଳି ପାଳନ କଲେ ଡୋନାଲ୍ଡ ଟ୍ରମ୍ପ୍
ୱାଶିଂଟନ:ଶନିବାର ଆମେରିକାର ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦୀପାବଳି ପାଳନ କରିବା ସହ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ସେ ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି । ଦେଖିବାକୁ ମିଳିଛି ଯେ ଟ୍ରମ୍ପ ନିଜ ହାତରେ ଦୀପରେ ନିଆଁ ଲଗାଉଛନ୍ତି । ଭିଡିଓଟିକୁ ସୋସିଆଲ୍ ମିଡିଆରେ ଅପଲୋଡ଼ କରି ଟ୍ରମ୍ପ ଲେଖିଛନ୍ତି, “ଯେପରି ଏ ଦୀପାବଳି ଆରମ୍ଭ ହୁଏ । ଫ୍ଲାଟସ୍ ମେଲାନିଆ ଏବଂ ମୁଁ ସମସ୍ତଙ୍କୁ ଆଲୋକର ପର୍ବରେ ଶୁଭେଚ୍ଛା ଜଣାଉଛୁ ।’ଟ୍ରମ୍ପ ନିଜର ମତ ରଖି କହିଛନ୍ତି, “ଆମେରିକା ଏବଂ ପୂରା ବିଶ୍ୱରେ ଥିବା ହିନ୍ଦୁ, ଜୈନ, ଶିଖ୍ ଏବଂ ବୈଦ୍ଧ ଧର୍ମୀ ଦୀପାବଳି ଶୁଭେଚ୍ଛ । ଏହି ପବିତ୍ର ପର୍ବ ଅନ୍ଧକାର ଉପରେ ଆଲୋକର ବିଜୟ, ମନ୍ଦ ଉପରେ ଭଲର ବିଜୟ ଓ ଅଜ୍ଞାନ ଉପରେ ଜ୍ଞାନର ବିଜୟର ଦିବଦ ।


