ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କର କଳା ଚାଦରରେ ଢାଙ୍କି ଦେଇଥିବା ଇସଲାମିକ ଷ୍ଟେଟ୍ ର ମୁଖ୍ୟ ଅବୁ ବକର ଅଲ-ବାଗଦାଦିର ମୃତ୍ୟୁ ହୋଇଛି । ଆମେରିକାର ସେନା ଅପରେସନରେ ବାଗଦାଦି ନିହତ ହାଇଛି । ରିପୋର୍ଟ ଅନୁସାରେ ସିରିୟାର ଇବିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦିର ଜୀବନ ଯାଇଛି । ଏହି ଆତଙ୍କୀର ମୃତ୍ୟୁ ନେଇ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚନା ଥାଉ କି କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ କରି କହିଥିଲେ ଯେ, କିଛି ଗୋଟେ ବଡ଼ ଘଟଣା ଘଟିଛି । ଟ୍ରମ୍ପଙ୍କ ଏହି ଟୁଇଟ୍ ବାଗଦାଦି ନିହତ ହୋଇଥିବା ସୂଚାଉଛି ବୋଲି ଚର୍ଚ୍ଚା ହୋଇଥିଲା । ନିକଟରେ ବାଗଦାଦିକୁ ହତ୍ୟା କରିବା ପାଇଁ ଏକ ଗୁପ୍ତ ଅପରେସନକୁ ରାଷ୍ଟ୍ରପତି ଟ୍ରମ୍ପ ଅନୁମତି ଦେଇଥିଲେ ।
୨୦୧୧ ମସିହାରେ ଆତଙ୍କୀ ସର୍ଦ୍ଦାର ବାଗଦାଦି ସଂପର୍କରେ ଜାଣିଥିଲେ ବିଶ୍ୱବାସୀ । ୨୦୧୪ ମସିହାରେ ଏକ ଭିଡିଓ ବାର୍ତ୍ତା ଦେଇ ସାରା ଦୁନିଆରେ ଆତଙ୍କ ଖେଳାଇ ଦେଇଥିଲା ମୃତ୍ୟୁର ଏହି ସୌଦାଗର । ସାରା ଦୁନିଆକୁ ଧ୍ୱଂସ ସ୍ତୁପରେ ପରିଣତ କରିବାକୁ ଧମକ ଦେଇଥିଲା । ବାଗଦାଦିର ଆଇଏସଆଇଏସ ଗରିଲା ସେନା, ସିରିୟା ଓ ଇରାକର ଅନେକ ଅଂଚଳକୁ କବଜା କରି ନେଇଥିଲେ । ଏହା ପରେ ଆମେରିକା ଟାର୍ଗେଟରେ ରହିଥିଲା ସମଗ୍ର ବିଶ୍ୱର ଆତଙ୍କୀ ନମ୍ବର ୱାନ୍ । ବାଗଦାଦି ମୁଣ୍ଡ ପାଇଁ ୧୭୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା ଆମେରିକା । ଗତବର୍ଷ ମଧ୍ୟ ଆମେରିକାର ରକେଟ୍ ମାଡ଼ରେ ବାଗଦାଦିର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ଏହା ପରେ ପୁଣି ବାଗଦାଦିର ଭିଡିଓ ବାର୍ତ୍ତା ସାମନାକୁ ଆସିଥିଲା । ତେବେ ଏଥର ବାଗଦାଦିର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ