ଏଥର ଦେଖିବାକୁ ମିଳିବ ନୂଆ ସଂକେତ

ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଭୋଟିଂ ମେସିନ୍ (ଇଭିଏମ୍)ରେ ଲୋକେ ମୋଟ୍ ୧୯୯ଟି ନିର୍ବାଚନୀ ଚିହ୍ନ ବା ସଂକେତ ଦେଖିବାକୁ ପାଇବେ । ବିଗତ ନିର୍ବାଚନଗୁଡିକରେ ଭୋଟିଂ ମେସିନ୍ରେ ସ୍ଥାନ ପାଇଆସୁଥିବା ନିର୍ଦ୍ଦିଷ୍ଟ ଦଳର ଦଳୀୟ ସଂକେତ ସହ ଚଳିତ ନିର୍ବାଚନରେ ଅତିରିକ୍ତ ୩୭ଟି ନୂଆ ଚିହ୍ନକୁ ସାମିଲ କରାଯାଇଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ନିର୍ବାଚନୀ ସଂକେତଗୁଡିକୁ ଅନୁମୋଦିତ କରାଯାଇଥିବା ବେଳେ ଏସବୁ ପ୍ରାୟତଃ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ତେବେ ଏହି ନୂଆ ନିର୍ବାଚନୀ ସଂକେତ ମଧ୍ୟରେ ରୋବଟ୍, ସିସିଟିଭି କ୍ୟାମେରା, ଫୁଟବଲ୍, କମ୍ପ୍ୟୁଟରର ମାଉସ୍, ପଣସ ଆଦିକୁ ସାମିଲ କରାଯାଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ଦେଶରେ ସମ୍ପ୍ରତି ୭ ରାଷ୍ଟ୍ରୀୟ ଦଳ ଏବଂ ୨୨ଠଟି ପଞ୍ଜିକୃତ ଆଞ୍ଚଳିକ ରାଜନୈତିକ ଦଳ ରହିଛନ୍ତି । ଏତଦ୍ବ୍ୟତୀତ ନିର୍ବାଚନ ଆୟୋଗ ନିଜ ପାଖରେ କିଛି ସ୍ୱତନ୍ତ୍ର ସଂକେତ ରଖିଥାନ୍ତି । ଏସବୁ ସ୍ୱତନ୍ତ୍ର ସଂକେତକୁ ସ୍ୱାଧୀନ ପ୍ରାର୍ଥୀ, ତଥା ନବଗଠିତ ସଂଗଠନ ଆଦିଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରଦାନ କରାଯାଇଥାଏ । ତେବେ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଏବଂ ନବଗଠିତ ସଂଗଠନ (ରାଜନୈତିକ ମୈଦାନକୁ ଆସିଥିବା)ଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ନିର୍ବାଚନ ଆୟୋଗ ଏବେ ଏସବୁ ସଂକେତକୁ ବ୍ୟବହାର କରିବାକୁ ମନସ୍ଥ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ