ରାଗିଗଲେ ଋଷି
ଭେଟେରାନ୍ ଆକ୍ଟର ଋଷି କପୁରଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍ ହେଉଛି । ଏଥିରେ ସେ ମିଡିଆ ଉପରେ ଖୁବ୍ ରାଗି ଯାଇଛନ୍ତି ଓ ଖୁବ୍ ଜୋରରେ ପାଟି କରି ଫଟୋଗ୍ରାଫରଙ୍କୁ ଶାନ୍ତ ରହିବା ପାଇଁ କହୁଛନ୍ତି । ଋଷି କହୁଛନ୍ତି, “ପାଟି କରନ୍ତୁ ନାହିଁ । ଆପଣମାନେ ଚୁପ୍ ରୁହନ୍ତୁ । ମୁଁ ସବୁବେଳେ ଆପଣମାନଙ୍କୁ ପାଟି କରୁଥିବା ଦେଖୁଛି । ଆମମାନଙ୍କୁ ନିଜର ସମ୍ମାନ ବାଜୟ ରଖିବାର ଅଛି । ଏପରି ନହେଉ କି ଲୋକମାନେ କହିବେ, ଫିଲ୍ମ ଅଭିନେତାମାନେ ବହୁତ ଧମାଲ୍ କରୁଛନ୍ତି । ମୁଁ ଇଣ୍ଡଷ୍ଟ୍ରୀର ସିନିୟର୍ ମେମ୍ବର । ତେଣୁ ମୋ କଥା ଆପଣାମାନେ ମାନିବା ଉଚିତ୍ ।”
ଭିଡିଓରେ ଦେଖିବାକୁ ମିଳିଛି ଯେ ଋଷିଙ୍କ ରାଗ ଦେଖି ସମସ୍ତେ ଡରି ଯାଇଛନ୍ତି । ଡରି ଯାଇ ସେମାନେ ବାଜା ବଜାଇବେ ନା ନାହିଁ ବୋଲି ତାଙ୍କୁ ପଚାରିଛନ୍ତି । ଏହାର ଜବାବରେ ଋଷି କହିଛନ୍ତି, “ହଁ ନିଶ୍ଚିତ ବଜାନ୍ତୁ । ଏହା ଆପଣଙ୍କର ବ୍ୟବସାୟ । ମୁଁ କେବଳ ମିଡିଆବାଲାଙ୍କୁ କହୁଛି । ଏମାନେ ଆମ ବିନା ବଞ୍ଚି ପାରିବେ ନାହିଁ କି ଆମେ ବି ତାଙ୍କ ବିନା ବଞ୍ଚି ପାରିବୁ ନାହିଁ ।” ଋଷି କପୁର ନିକଟରେ ଆମେରିକାରୁ ଫେରିଛନ୍ତି । କ୍ୟାନ୍ସରରେ ପୀଡ଼ିତ ବା ପରେ ସେ ପ୍ରାୟ ବର୍ଷେ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ସେ ମୁମ୍ବାଇ ଫେରି ଆସିଛନ୍ତି ।


