ଜିଲ୍ଲା ପୋଲିସ ପକ୍ଷରୁ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ
କେନ୍ଦ୍ରାପଡା – ଦୀପାବଳି ଉପଲକ୍ଷେ ଜିଲ୍ଲା ପୋଲିସ ପକ୍ଷରୁ କଜଳା ସ୍ଥିତ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । କଜଳାସ୍ଥିତ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ପହଁଚି ଦୀପାବଳିରେ ମାନସିକ ଭିନ୍ନକ୍ଷମ ଛାତ୍ରୀଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ସେମାନଙ୍କ ସହ ଭାବ ବିନିମୟ ଓ ଦୀପାବଳୀ ଉତ୍ସବ ପାଳନ କରିଥିଲେ ।


