ଘାଘରାଡିଆ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବେଶ ଯୋଗୁଁ ଘାଗରା ଗ୍ରାମ ପଞ୍ଚାୟତର ଘାଗରାଡ଼ିଆ ଗ୍ରାମର ୱାର୍ଡ ନଂ-୧, ଅପର ଘାଗରା ୱାର୍ଡ ନଂ-୨ ଓ ୪, କୁଦ ହରିଜନ ସାହି ଏବଂ ଘାଗରା ୱାର୍ଡ ନଂ-୩ ଆଦି ଅଞ୍ଚଳ ପ୍ରଭାବିତ ହୋଇଛି। ଗତ ଜୁଲାଇ ମାସରେ ମଧ୍ୟ ଏହି ଅଞ୍ଚଳଗୁଡ଼ିକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ଚଳିତ ଅଗଷ୍ଟ ମାସରେ ପୁନର୍ବାର ଏହି ଗ୍ରାମଗୁଡ଼ିକ ପାଣି ଘେରରେ ରହିଛି। ବନ୍ୟା ପରିସ୍ଥିତିରେ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡା. ଶ୍ରୀକାନ୍ତ କୁମାର ଦାସଙ୍କ ତତ୍ୱାବଧାନରେ ଘାଗରା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି।ଓଡ୍ରାଫ୍ ଟିମ୍ ଦ୍ୱାରା ପରିଚାଳିତ ଡଙ୍ଗା ସହାୟତାରେ ସ୍ୱାସ୍ଥ୍ୟକର୍ମୀମାନେ ବନ୍ୟାଜଳ ଅତିକ୍ରମ କରି ଘାଗରାଡ଼ିଆ ଗ୍ରାମରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। କ୍ୟାମ୍ପରେ ଓଆରଏସ୍‌, ହାଲୋଜେନ୍ ଟାବଲେଟ୍‌, ଡାଇରିଆ ପ୍ରତିରୋଧକ ଔଷଧ, ଥଣ୍ଡା ଓ ଜ୍ୱର ଔଷଧ ଆଦି ବଣ୍ଟନ କରାଯାଉଛି। ଏଥିସହିତ ରକ୍ତଚାପ, ମଧୁମେହ ଆଦିର ମଧ୍ୟ ପରୀକ୍ଷା କରାଯାଉଛି।ଏହି ସ୍ୱାସ୍ଥ୍ୟ କ୍ୟାମ୍ପରେ ଘାଗରା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରୀତିପୁଷ୍ପା ଜେନା, ମହିଳା ସ୍ୱାସ୍ଥ୍ୟ କର୍ମୀ ଏକାମ୍ରବାସିନୀ ପରିଡ଼ା, ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଭରତ ଚନ୍ଦ୍ର ମାରାଣ୍ଡି, ଆଶା ଶକୁନ୍ତଳା ମଳିକ, ଅଙ୍ଗନୱାଡ଼ି କର୍ମୀ ପୁଷ୍ପଲତା ମଳିକ ଓ ତରଙ୍ଗବାଲା ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସେବା ପ୍ରଦାନ କରୁଛନ୍ତି। ଜିଲ୍ଲା ସ୍ତରରୁ ଘାଗରାଡ଼ିଆ ଗ୍ରାମ ସ୍ୱାସ୍ଥ୍ୟ କ୍ୟାମ୍ପ ପରିଦର୍ଶନ କରି ଡାକ୍ତର ସୁକାନ୍ତ କୁମାର ପ୍ରଧାନ, ଡେପୁଟୀ ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପରାମର୍ଶଦାତା ପ୍ରକାଶ କୁମାର ମଥାନ ଉପସ୍ଥିତ ମାଆ, କିଶୋରୀ ବାଳିକା ଓ ଶିଶୁମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ ପରାମର୍ଶ ପ୍ରଦାନ କରିଥିଲେ।ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ୍ ପ୍ରୋଗ୍ରାମ ପରିଚାଳିକା ମଞ୍ଜୁଶ୍ରୀ ବିଶ୍ୱାଳ, ବ୍ଲକ୍ ଡାଟା ମ୍ୟାନେଜର ଶୁଭଶ୍ରୀ ଅର୍ପିତା ଜେନା ଏବଂ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଶୀଲ କୁମାର ବେହେରା ପ୍ରମୁଖ କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ। ଘାଗରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରିୟଦର୍ଶିନୀ ବିଶ୍ୱାଳ ଏବଂ ତାଙ୍କ ସ୍ୱାମୀ ଅଜିତ ପରିଡ଼ା ମଧ୍ୟ ସ୍ୱାସ୍ଥ୍ୟଭତ୍ତିକ କାର୍ଯ୍ୟକ୍ରମରେ ସହଯୋଗ କରିଆସୁଛନ୍ତି। ବନ୍ୟା ଭଳି ଦୁର୍ଗମ ପରିସ୍ଥିତିରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ନିଷ୍ଠାର ସହ ଲୋକଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟସେବା, ଔଷଧ ଓ ଆବଶ୍ୟକ ପରାମର୍ଶ ପ୍ରଦାନ କରୁଥିବାରୁ ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ