ଜିଲ୍ଲ। ସ୍ତରୀୟ ବକୃତା ପ୍ରତିଯୋଗିତାରେ ଦୀପକ ଦ୍ୱୀତିୟ

ବୁଗୁଡା,( ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲସ୍ତରୀୟ ବକୃ୍‌ତା ପ୍ରତିଯୋଗିତାରେ ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ବର୍ଷ ବି ।ନ ଛାତ୍ର ଦୀପକ କୁମାର ପ୍ରଧାନ ଦ୍ୱୀତିୟ ସ୍ଥାନ ଅଧିକାର ଅଂଚଳ ପାଇଁ ଗୈାରବ ଅର୍ଜନ କରିବା ସହ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଠାରୁ ପୁରଷ୍କାର ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।ଚଳିତ ୨୮ ତାରିଖ ଦିନ ବ୍ରହ୍ମପୁରର ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ଓ ନାଗରିକମାନଙ୍କର ଭୂମିକା ଶିର୍ଷକ ଉପରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଜାତୀୟ ବିପର୍ଯ୍ୟୟ ଦିବସରେ ଛତ୍ରପୁର ଠାରେ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦିପକ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରଷ୍କାର ଗ୍ରାମକୁ ଆସିବା ସହ ବିଦ୍ୟାଳୟ ଓ ଗାଁର ନାମ ଉଜ୍ଜ୍ୱଳ କରିଥିବାରୁ ମାଧ୍ୟମିକ ବିଦ୍ୟାଳୟର ଅଧାପକ ଓ ଅଧ୍ୟାପିକା ,ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ