ଶୋ’ ମ୍ୟାନ୍‌ଙ୍କ ଆଫେୟାର୍ସ

୧୯୪୮ ମସିହାୟ “ଆଗ୍‌’ ଫିଲ୍ମର ଶୁଟିଂ ପାଇଁ ଲୋକେସନ୍ ଖୋଜୁଖୋଜୁ ସେ ସମୟର ପ୍ରସିଦ୍ଧ ଅଭିନେତ୍ରୀ ଯତନ ବାଈଙ୍କ ଘରେ ପହଞ୍ଚିଥିଲେ ରାଜ କପୁର । ସେଇଠି ତାଙ୍କର ପ୍ରଥମ ଭେଟ ହୋଇଥିଲା ଯତନ ବାଈଙ୍କ ଝିଅ ସହ, ଯିଏ ରାଜ୍‌ଙ୍କ ଡାକ ଶୁଣି କବାଟ ଖୋଲିଥିଲେ ଏବଂ ସେତେବେଳେ ବେସନ ଲାଗିଥିଲା ଝିଅଟିର କପାଳରେ । ରାଜ କପୁରଙ୍କୁ ଏଇ ଝିଅ ଖୁବ୍ ଇମ୍ପ୍ରେସ୍ କଲା ଏବଂ ଏଇ ଝିଅକୁ ଫିଲ୍ମରେ ନେବା ପାଇଁ ସେ ତାଙ୍କ ସ୍କ୍ରିପ୍ଟ ରାଇଟରଙ୍କୁ ଫୋନ୍ କଲେ । ତା’ ପରେ ଆରମ୍ଭ ହେଲା, ରାଜ କପୁରଙ୍କ ବହୁଚର୍ଚ୍ଚିତ ଅଫ୍ ସ୍କ୍ରିନ୍ ରୋମାନ୍ସ । ସେଇ ଝିଅ ହେଉଛନ୍ତି ନର୍ଗିସ୍ । “ଶ୍ରୀ ୪୨୦’ରେ ଗୋଟିଏ ଛାତ ତଳେ ଚାଲିଥିଲେ ରାଜ ଓ ନର୍ଗିସ । ଏଇ ଚାଲିବାଟା ସେ ଫିଲ୍ମ ଭିତରେ ସୀମିତ ରଖିବାକୁ ଚାହୁଁ ନ ଥିଲେ । ତାହାକୁ ବାସ୍ତବ ଜୀବନରେ ନେଇ ଆସିବାକୁ ଚାହୁଁଥିଲେ । ଭାରତୀୟ ସିନେମାର ଚାର୍ଲି ଚାପଲିନ୍‌, ମେରା ନାମ୍ ଜୋକରର ସେଇ ଦୁଃଖୀ ଜୋକର ରାଜୁ, ରାଜ୍‌, ରାଜ କପୁର, ରନବୀର ରାଜ କପୁର । ଆଜି ବି ସେମାନଙ୍କ ଅନ୍ ସ୍କ୍ରିନ୍ କେମେଷ୍ଟ୍ରି ଦେଖି ମନେହୁଏ ସେମାନଙ୍କର ଏଇ ରିଲ୍ ଲାଇଫ୍ କେମେଷ୍ଟ୍ରିକୁ ରିଅଲ୍ ଲାଇଫ୍‌ର ଅଫ୍ ସ୍କ୍ରିନ୍‌ରେ ରଖିବାକୁ ଚାହୁଁଥିଲେ । ରାଜ କପୁର “ବରସାତ୍‌’ ଫିଲ୍ମର ଏକ ସିକ୍ୱେନ୍ସକୁ ଆର.କେ ବ୍ୟାନର ଲୋଗୋ କରିଦେଲେ । ଯେଉଁଥିରେ ରାଜ କପୁର ଗୋଟିଏ ହାତରେ ଭାଓଲିନ୍ ଏବଂ ଅନ୍ୟ ହାତରେ ଧରିଥିଲେ ନର୍ଗିସଙ୍କୁ । ଏଇ ଫିଲ୍ମ ଉଭୟଙ୍କର ଦ୍ୱିତୀୟ ଫିଲ୍ମ ଥିଲା । ରାଜ-ନର୍ଗିସ୍‌ଙ୍କ ରୋମାନ୍ସର ଚର୍ଚ୍ଚା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ହୋଇଥିଲା । ସେମାନଙ୍କ “ଅଫ୍ ସ୍କ୍ରିନ୍ ରୋମାନ୍ସ ଆଣ୍ଡ ଅନ୍ ସ୍କ୍ରିନ୍ ପ୍ରେଜେନ୍ସ’ ଏତେ ମ୍ୟାଜିକାଲ ଥିଲା ଯେ ବର୍ଷ ବର୍ଷ ଧରି ରୁଷିଆର ଲୋକ ନର୍ଗିସଙ୍କୁ ରାଜ କପୁରଙ୍କ ପତ୍ନୀ ବୋଲି ଭାବୁଥିଲେ । ଯେତେବେଳେ ରାଜ-ନର୍ଗିସ୍‌ଙ୍କ ଅଫ୍ ସ୍କ୍ରିନ୍ ରୋମାନ୍ସ କଥା ଚାରିଆଡ଼େ ଚର୍ଚ୍ଚା ହେଲା, ସେତେବେଳେ ରାଜଙ୍କ ପତ୍ନୀ କ୍ରିଷ୍ଣାଙ୍କ ଭାଇ ପ୍ରେମନାଥ ଯିଏ କି ସେ ସମୟର ଚର୍ଚ୍ଚିତ ଅଭିନେତା ଥିଲେ, ସେ ସେଥିରେ ବ୍ରେକ୍ ଦେଲେ ଏବଂ ଧମକ ମଧ୍ୟ ଦେଇଥିଲେ । କିଛି ଲୋକଙ୍କ କହିବା କଥା, ଏଇ ଘଟଣା ପରେ ପରେ ରାଜ-ନର୍ଗିସ୍ ପରସ୍ପରଠାରୁ ଅଲଗା ହୋଇଗଲେ ସବୁଦିନ ପାଇଁ । ଅଫ୍ ସ୍କ୍ରିନ୍‌, ଅନ୍ ସ୍କ୍ରିନ୍ ବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ