ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭର ଓ ହେଲପର ଆହତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ ) : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ଧନୁର୍ଜୟପୁର ନିକଟରେ ଭୋରରୁ ଏକ ଆଇରନ ବୋଝେଇ ଟ୍ରକ୍ ଛିଡା ହୋଇଥିଲା । ସେହି ସମୟରେ ପଛପଟୁ ଆସୁଥିବା ଆଉ ଏକ ଆଇରନ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି। ଉଭୟଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।


