ଦୁର୍ବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଦୁର୍ବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପୋଷାକ ବିତରଣ ଉତ୍ସବ ପ୍ରଧାନଶିକ୍ଷକ ବିଭୂତି ଭୁଷଣ ମହାପାତ୍ରଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଡ଼ିପିଓ ସରୋଜ ମୋହନ ପାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମହରି ଶର୍ମା, ସରଂପଚ ରଂଜୁ ବେହେରା, ହିଂଜିଳି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇପିଲି ଋଷିଆ, ସିଆରସିସି ଗୌରୀ ଶଙ୍କର ମିଶ୍ର ପ୍ରମୁଖ ମଂଚାସିନ ଥିଲେ । ଶିକ୍ଷାର୍ଥୀ ମାନେ ପରିଷ୍କାର, ପରିଛନ୍ନ ପୋଷାକ ପରିଧାନ କରି ବିଦ୍ୟାଳୟକୁ ଆସି ଶିକ୍ଷା ଅଧ୍ୟୟନ କଲେ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୩୩୪ ଜଣ ଶିକ୍ଷାର୍ଥୀଙ୍କୁ ୨ହଳ ପୋଷାକ ଓ ହଳେ ଜୋତା ଓ ମୋଜା ବଂଟନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ରାମକୃଷ୍ଣ ବେହେରା, ଆଦିକନ୍ଦ ସାହୁ, ଏମ. କୃଷ୍ଣମୂର୍ତିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


