ବିଜୁ ଜନତାଦଳର ଜନସମ୍ପର୍କ ପଦଯାତ୍ରା ଉଦଯାପିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଚଳିତ ଅକ୍ଟୋବରମାସ ୨ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ଗୁରୁବାର ଉଦଯାପିତ ହୋଇଛି । ଏହି ଅବସରରେ ଅକ୍ଟୋବର ୨ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଅନୁଷ୍ଠିତ ଏହି ଜନସମ୍ପର୍କ ପଦଯାତ୍ରା ଆଜି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତରେ ଉଦଯାପିତ ହୋଇଯାଇଛି । କେନ୍ଦ୍ରାପଡା ବିଦାୟକ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ଭାଗବତପୁର ପଂଚାୟତର ବାଲିଆ ବଜାରରୁ ବାହାରି ପଂଚାୟତ ପରିକ୍ରମା କରିବା ସହିତ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶେଷ ହୋଇଥିଲା । ୧୯୩୪ମସିହା ମଇମାସରେ ଜାତୀର ଜନକ ମହାତ୍ମା ଗାନ୍ଧିଙ୍କ ଗସ୍ତ ସମୟରେ ସେ କିଛି ସମୟ ବାଲିଆରେ ବିତାଇଥିବା ସେହି ସ୍ଥାନରସ୍ମୃତିକୁ ଉଦଯିବିତ କରିବା ଲକ୍ଷ୍ୟରେ ଜନସମ୍ପର୍କ ପଦଯାତ୍ରାକୁ ସେଠାରେ ଉଦଯାପିତ କରାଯାଇଥିଲା । ଏହି ଉପଲକ୍ଷେ ଭାଗବତପୁର ପଂଚାୟତର ବିଜେଡି ସଭାପତି ବିଜୟ କେତନ ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖି କାର୍ଯ୍ୟ “ମୋ ସରକାର” , “ଓଡିଶା ମୋ ପରିବାର”,“୫-ଟି” ଭଳି ଅନେକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ବରିଷ୍ଟ ବିଜେଡି ନେତା ଭଜକୃଷ୍ଣ ରାଉତ, ପ୍ରଦୀପ୍ତ ମହାନ୍ତି, ଦେବଦାସ ମହାନ୍ତି, ପୁରୁଷୋତ୍ତମ ସାହୁ, ଦାମୋଦର ତ୍ରିପାଠୀ, ବିଜୟ ପତି, ଆଲୋକ ସାହୁ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ମଲ୍ଲିକ, ନରୋତ୍ତମ ମଲ୍ଲିକ, ହେମନ୍ତ ବିଶ୍ୱାଳ, ଗୀତାଞ୍ଜଳି ସେଠୀ, ଅଜୟ ମଲ୍ଲିକ, ଧରଣୀଧର ଦାସ, ଜୀତେନ୍ଦ୍ର ପାଗଳ, ସଙ୍ଗମ ସାମଲ, ମନୋଜ ରଣା, ନରେଶ ଚନ୍ଦ୍ର ପତି, ରାଜଗୋପାଳ ମହାନ୍ତି, ଭାଗବତପୁର ପଂଚାୟତର ନାୟବ ସରପଂଚ ମୀନତି ଦାସ, ଅଭିମନ୍ୟୁ ମହାନ୍ତି, ଖଗେଶ୍ୱର ସ୍ୱାଇଁ, ବସନ୍ତ ଜେନା, ସୁବାଷ ଚନ୍ଦ୍ର ସାମଲ, ଶରତ ସାମଲ, ସନ୍ତୋଷ ବେହେରା, ପୂଣ୍ଣେନ୍ଦୁ ପୂର୍ଣ୍ଣାନନ୍ଦ ଘଡାଇ, ତ୍ରିଲୋଚନ ଦାସ, ମନୋଜ ଦାସ, ଦୈତାରୀ ଜେନା, ପ୍ରମୋଦ ପ୍ରଧାନ, ହେମନ୍ତ ମଲ୍ଲିକ, ମୀନତି ପରିଡା, ରେବତୀରମଣ ଦାସ, ଦିନେଶ ସିଂ, ଲଳିତ ପଣ୍ଡା, କାର୍ତ୍ତିକ ଚନ୍ଦ୍ର ନାୟକ, ବିକାଶ ଦଳେଇ, ନିଗମଶେଖର ମହାନ୍ତି, ପ୍ରଶାନ୍ତ ଦାସ,କୈଳାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପଦଯାତ୍ରାରେ ବହୁ ନେତୃ ସ୍ଥାନୀୟ ଯୁବ,ଛାତ୍ର ଓ ମହିଳା କର୍ମୀମାନେ ଯୋଗଦେଇ ଆସନ୍ତାଦିନରେ ବିଜେଡି ଦଳୀୟସ୍ଥିତିକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ