କ୍ରିତିଙ୍କ ପସନ୍ଦ
ବାହାରେ ଝିପିଝିପି ବର୍ଷା । ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା । ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ ବସି ଏହାକୁ ମନଭରି ଉପଭାଗ କରନ୍ତି । କେବଳ ଅଭିନୟ ନୁହେଁ, ବକ୍ସିଂ ପ୍ରାକ୍ଟିସ୍ କରିବାକୁ ସେ ପସନ୍ଦ କରନ୍ତି । ଶୁଟିଂରୁ ଫୁର୍ସତ ମିଳିଲେ ସେ ବାଇକ୍ ହେଉ କି କାର୍ ଧରି ଲଙ୍ଗ୍ ଡ୍ରାଇଭରେ ବାହାରି ଯାଆନ୍ତି । ହଁ, ଏହି ଅଭିନେତ୍ରୀ ଜଣକ ହେଲେ କ୍ରିତି ସାନନ୍ । “ହେରାପନ୍ଥୀ’ରୁ ଆରମ୍ଭ ହାଇଥିଲା ତାଙ୍କର ବଲିଉଡ୍ କ୍ୟାରିୟର । ବର୍ଷ କେଇଟା ଭିତରେ ସେ ବେଶ୍ କେତୋଟି ହିଟ୍ ସିନେମାରେ ଅଭିନୟ କରି ନିଜକୁ ନାୟିକା ଦୌଡ଼ରେ ସାମିଲ କରିଛନ୍ତି । “ବର୍ଲି କି ବର୍ଫି’, “ଦିଲୱାଲେ’ରେ ତାଙ୍କର ଅଭିନୟକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍ ହେବ । ଦିଲ୍ଲୀରେ ଜନ୍ମିତା କ୍ରିତିଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ବି.ଟେକ୍ । ଆକ୍ଟିଂ କରିବା ପୂର୍ବରୁ ସେ ମଡେଲିଂ ସହ ଜଡ଼ିତ ଥିଲେ । ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ସେ କ୍ୟାମେରା ସାମ୍ନା କରିସାରିଥିଲେ । ଲୋକପ୍ରିୟ ଷ୍ଟାର୍ ମହେଶ ବାବୁଙ୍କ ଅପୋଜିଟରେ ତେଲୁଗୁ ଥ୍ରୀଲର “ନେନାକ କାଡନି’ରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ । ମିଠା ଖାଇବାକୁ କ୍ରିତି ଭାରି ଭଲ ପାଆନ୍ତି । ଆଉ ଏକ ମଜାଦାର କଥା । ସଲମାନଙ୍କର ସେ ହେଉଛନ୍ତି ଜଣେ ବଡ଼ ପ୍ରଶଂସକ । ସଲମାନଙ୍କ ଅଭିନୀତ ପ୍ରତିଟି ଫିଲ୍ମକୁ ସେ ଦେଖିସାରିଛନ୍ତି । କ୍ରିତି ହେଉଛନ୍ତି ଜଣେ କଥକ ନୃତ୍ୟଶିଳ୍ପୀ । ତା’ସହ ସ୍ୱାଦିଷ୍ଟ ଖାଦ୍ୟ ରାଷେଇ କରିବା ତାଙ୍କର ଏକ ଅଭ୍ୟାସ । ଗପ, କବିତା ପଢ଼ିବାକୁ ସେ ଭଲ ପାଆନ୍ତି? ତାଙ୍କର ଫେଭରାଇଟ ଟୁରିଷ୍ଟ ପ୍ଲେସ୍ ହେଲା ଗାଆ । କାଜଲ ଏବଂ ରେଖାଙ୍କୁ ସେ ନିଜର ରୋଲ୍ ମଡେଲ ଭାବେ ଗ୍ରହଣ କରିଛନ୍ତି । ସୌଭାଗ୍ୟବଶତଃ “ଦିଲ୍ବାଲେ’ରେ ସେ କାଜଲଙ୍କ ସହ ଅଭିନୟ କରିଥିଲେ, ଯାହାର ସ୍ମୃତିକୁ ସେ ଶେୟାର କରିବାକୁ ଭୁଲି ନ ଥାନ୍ତି ।