୪୦ ବର୍ଷର ପରେ ଆଲୁଅ ଦେଖିଲା କନ୍ଦଳେଇ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) ଦୀର୍ଘ ୪୦ ବର୍ଷର ଅପେକ୍ଷା ପରେ କନ୍ଦଳେଇ ଦେଖିଲା ଆଲୁଅ । ଗାଁରେ ବିଜୁଳି ବତୀର ଆଲୁଅ ସହିତ ଗ୍ରାମବାସୀଙ୍କ ଖୁସି କିଭଳି ଅତୁଟ ରହିବ ସେ ଦିଗର ନୂଆଦିଲ୍ସୀ ର ସାମାଜିକ ସଂଗଠନ ଆଶ୍ରା ବଢାଇଛି ସହଯୋଗର ହାତ । ଆଶ୍ରା ପକ୍ଷରୁ କନ୍ଦଳେଇ ଆଦବାସୀ ପଲ୍ଲୀରେ ବିଜୁଳି ସଂଯୋଗର ମରାମତ କାର୍ଯ୍ୟକ୍ରମ ହାତକୁ ନେଇଛି । ଆଶ୍ରାର ସାଧନ କର୍ମୀମାନେ ଗାଁରେ ପହଞ୍ଚି ବିଜୁଳି ଶକ୍ତିର ସଂଚୟ , ସଂରକ୍ଷଣ ଉଚିତ ବ୍ୟବହାର ସହିତ ସତର୍କତା ମୁଳକ ପଦକ୍ଷେପ ଗୁଡିକ ବାବଦରେ ସୁଚାଇଥିଲେ । ବିଜୁଳି ଜନିତ ଦୁର୍ଘଟଣାକୁ କିପରି ରୋକାଯାଇପାରିବ ଓ ସେ ବିଷୟରେ ଗ୍ରାମବାସୀ ମାନଙ୍କ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । କରେଣ୍ଟ ଲାଗିଲେ ପ୍ରାଥମିକ ଉପଚାର ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ । ବିଦ୍ୟୁତ ସଂଚୟର ବିଭିନ୍ନ ଦିଗ ଗୁଡିକ ଜାଣି ଆମେ ଏହାକୁ କାମରେ ଲଗଆଇବୁ ବୋଲି ଗ୍ରାମବାସୀ ମାନେ ଶପଥ ନେଇଥିଲେ । ଇଂଞ୍ଜିନିୟର ବାସୁଦେବ ମିଶ୍ର ବିଦ୍୍ୟୁତର ସୁରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ
ରକ୍ଷିତ ବ୍ୟବହାର ସଂପର୍କରେ ସୁଚନା ଦେଇଥିଲେ । ସାମାଜିକ କର୍ମୀଙ୍କ ଅଧକ୍ଷ୍ୟତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଦୀପ ରଂଜନ ରାଉତ, ସ୍ଥାନୀୟ ଶିକ୍ଷକ ପବୀତ୍ର ମୋହନ ନାୟକ, ତ୍ରୀଲୋଚନ ବେଉରା , ନାରାୟଣ ପ୍ରଧାନ , ପ୍ରିୟବ୍ରତ ପଣ୍ଡା ପ୍ରସମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ